ଭୁବନେଶ୍ଵର ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ସାହୁଙ୍କୁ ତଣ୍ଟି ଚିପି ହତ୍ୟା: ସତ ମାନିଲା ପ୍ରେମିକ

ଭୁବନେଶ୍ଵର ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ସାହୁଙ୍କୁ ତଣ୍ଟି ଚିପି ହତ୍ୟା କରିଛି ଦୀପକ ରାଉତ। ପୋଲିସ କମିଶନରଙ୍କ ଅଫିସରେ କାମ କରୁଛି କିରାଣୀ ଦୀପକ ରାଉତ। ଗତ ୬ ତାରିଖ ସନ୍ଧ୍ୟାରେ ହତ୍ୟା କରିବା ପରେ ନିଜ କାରରେ ନେଇ କେନ୍ଦୁଝରକୁ ନେଇଥିଲା। ସେଠାରେ ଜଙ୍ଗଲରେ ପୋତି ଦେଇଛି। ୨୦ ଲକ୍ଷ ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ଦୀପକ ହତ୍ୟା କରିଥିବା ଜଣାପଡ଼ିଛି। ପୂର୍ବରୁ ଦୀପକର ପ୍ରଥମ ସ୍ତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ସେ କୋଟିଏ ଟଙ୍କାର ବୀମା ଟଙ୍କା ପାଇଥିଲା। ପ୍ରଥମ ସ୍ତ୍ରୀର ମୃତ୍ୟୁ ମାମଲା ଏବେ ସନ୍ଦେହରେ। ଏହାକୁ ନେଇ ତଦନ୍ତ କରୁଛି ପୋଲିସ। କେନ୍ଦୁଝର ଜଙ୍ଗଲରେ ମୃତଦେହ ପୋତା ଯାଇଥିଲା। ସେହି ମୃତଦେହ ମିଳିଥିବା ଜଣାପଡ଼ିଛି। ଘଟଗାଁ ଥାନା ପୋଲିସ ଓ ଭୁବନେଶ୍ଵର ପୋଲିସ ମିଳିତ ଭାବେ ତଦନ୍ତ କରୁଛନ୍ତି। ୬ ତାରିଖରୁ ଶୁଭମିତା ନିଖୋଜ ହୋଇଥିଲେ। ପରିବାର ଲୋକେ ଏ ନେଇ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ।

ଏହା ପୂର୍ବରୁ ଶୁଭମିତ୍ରାଙ୍କ ନିଖୋଜ ମାମଲାରେ ପୋଲିସ ଦୀପକଙ୍କୁ ଅଟକ ରଖି ପଚରା ଉଚରା କରିଥିଲା । ସେ ଶୁଭମିତ୍ରାଙ୍କୁ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଇଥିଲା। କେନ୍ଦୁଝର ଜଙ୍ଗଲରେ ହତ୍ୟା ନେଇ କମିଶନରେଟ ପୋଲିସକୁ ସୁରାକ ମିଳିଥିଲା । ଅଟକ ପ୍ରେମିକକୁ ନେଇ ଘଟଗାଁ ଥାନାରେ ପହଞ୍ଚିଥିଲା ସ୍ପେଶାଲ ସ୍କ୍ବାଡ । ମହିଳା ଟ୍ରାଫିକ କନଷ୍ଟେବଳଙ୍କ ବାପା ମଧ୍ୟ ଦୀପକଙ୍କୁ ସନ୍ଦେହ କରି କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ମହିଳା ଟ୍ରାଫିକ କନଷ୍ଟେବଳ ନିଖୋଜ ହେବାର ୧୨ ଦିନ ବିତି ଯାଇଥିବା ବେଳେ ତାଙ୍ଗକର ପତ୍ତା ମିଳି ନଥିବାରୁ ଏହାକୁ ନେଇ ବେଶ୍ ଚର୍ଚ୍ଚା ବଢ଼ିବାରେ ଲାଗିଥିଲା । ଏପରିକି ଦୀପକ ରାଉତ ଓ ଶୁଭମିତ୍ରା ସାହୁ ଏକ କାରରେ କେନ୍ଦୁଝର ତାରିଣୀ ମନ୍ଦିର ଯିବାର ଫଟୋ ସାମନାକୁ ଆସିଥିଲା ।