ଏକତରଫା ପ୍ରେମରେ ବିଫଳ ପରେ ଜୀବନ ହାରିଲେ ପ୍ରେମିକ । ଗଛରୁ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଲି ପଦାରେ ଘଟିଛି ଏହି ଘଟଣା । ମୃତ ଯୁବକ ଜଣକ ରାଜଗାଙ୍ଗପୁର ରାଣୀବନ୍ଦ ଅଞ୍ଚଳର ୨୫ ବର୍ଷୀୟ ବିକାଶ ମହ।ନନ୍ଦିଆ । ମୃତକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଯୁବକ ଜଣକ ପ୍ରେମରେ ନିରାଶ ହୋଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ରାଜଗାଙ୍ଗପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

