କୋର୍ଟଙ୍କୁ ଅବମାନନା, ତପସ୍ୱିନୀଙ୍କୁ ଏକାକୀ ଛାଡ଼ି ସୁମିତ ଫେରାର୍

Brahmapur Bride Tapaswini Row, Husband Sumit Absconding

ଆସିକା: ପୁଣି ଏକା ହୋଇଗଲେ ଡିମ୍ପଲ୍ । ଭଡ଼ା ଘରେ ସ୍ୱାମୀ, ସ୍ତ୍ରୀ ଏକାଠି ୭ ଦିନ ରହିବା ନେଇ ବ୍ରହ୍ମପୁର ଏସଡିଜଏମ୍ ଦେଇଥିବା ଆଦେଶକୁ ଅବମାନନା କରିଛନ୍ତି ଡାକ୍ତର ସୁମିତ । ତପସ୍ୱିନୀଙ୍କ ଓକିଲ ପ୍ରଦୀପ ବେହେରାଙ୍କ ସୂଚନା ଅନୁସାରେ, ସୁମିତ ୫ ଦିନ ଛୁଟି ନେଇ କେଉଁଆଡ଼େ ଚାଲି ଯାଇଛନ୍ତି । ଗତକାଲି ଏସଡିଜେଏମ୍ କୋର୍ଟ ଦମ୍ପତିଙ୍କୁ ଭଡ଼ା ଘରେ ୭ ଦିନ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ଡିମ୍ପଲ ଓ ସୁମିତ୍ ମାମଲାରେ ଆସିଲା କୋର୍ଟଙ୍କ ନୂଆ ଆଦେଶ

କୋର୍ଟଙ୍କ ନିର୍ଦ୍ଦେଶର ଦିନକ ପରେ ୫ ଦିନ ଛୁଟି ନେଇ ସୁମିତ କେଉଁ ଆଡ଼େ ଚାଲି ଯାଇଛନ୍ତି । ଭଡ଼ା ଘରେ ରହଣୀ ସମୟରେ ତପସ୍ୱିନୀଙ୍କ ସମସ୍ତ ଖର୍ଚ୍ଚ ସ୍ୱାମୀ ବହନ କରିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରିବାର ଲୋକ ଦମ୍ପତିଙ୍କୁ ଭେଟିବା ଲାଗି ମଧ୍ୟ କୋର୍ଟ ଅନୁମତି ଦେଇଥିଲେ ।

Brahmapur Bride Tapaswini Row, Husband Sumit Absconding

ପ୍ରାୟ ୧୧ ଦିନ ଧରି ତପସ୍ୱିନୀ ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିଲେ । ପରେ ମାମଲା କୋର୍ଟରେ ପହଞ୍ଚିଥିଲା । ଆସିକା ଥାନା ଅଧିକାରୀଙ୍କ ହେପାଜତରେ ସ୍ୱାମୀ, ସ୍ତ୍ରୀଙ୍କୁ ପ୍ରଥମେ ୭ ଦିନ ପାଇଁ ଚିନିକଳ ବାସଭବନରେ ସମସ୍ତଙ୍କ ଠାରୁ ଦୂରେଇ ରଖା ଯାଇଥିଲା । ଗତକାଲି କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ ଆଇଆଇସି । ପରେ କୋର୍ଟ ଆଉ ୭ ଦିନ ଉଭୟ ଭଡ଼ା ଘରେ ରହିବାକୁ ଆଦେଶ ଦେଇଥିଲେ ।

Leave a Reply