ବ୍ରହ୍ମାସ୍ତ୍ରରେ ଶାହରୁଖଙ୍କ ଏଣ୍ଟ୍ରି, ସିନେପ୍ରେମୀ ହେଲେ ମତୁଆଲା

1 min read

ମୁମ୍ବାଇ: ବ୍ରହ୍ମାସ୍ତ୍ରରେ ନଜର ଆସିଲେ ବଲିଉଡ଼ କିଙ୍ଗ ଶାହରୁଖ ଖାନ୍ । ରଣବୀର କପୁରଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରର ଟିଜରରେ ନଜର ଆସିଛନ୍ତି ଶାହରୁଖ । ଆୟାନ୍ ମୁଖାର୍ଜୀ ଏବଂ କରଣ ଜୋହର ଏହି ଭିଡ଼ିଓଟି ସେୟାର କରିଛନ୍ତି । ଯଦିଓ ଏହି ଭିଡ଼ିଓଟିରେ କିଙ୍ଗ ଖାନଙ୍କ ଚେହେରା ଦେଖାଯାଉ ନାହିଁ କିନ୍ତୁ ଏହି ଭିଡ଼ିଓଟି ଆସିବା ପରେ ସୋସିଆଲ ମିଡିଆରେ ବ୍ରହ୍ମାସ୍ତ୍ରରେ ଶାହରୁଖ ଥିବା ନେଇ ଚର୍ଚ୍ଚା ଟ୍ରେଣ୍ଡ କରୁଛି ।

https://twitter.com/karanjohar/status/1565296859735855105?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1565296859735855105%7Ctwgr%5Efe35dcc4942104d66b15c2a8cee57cbfc9d15d24%7Ctwcon%5Es1_&ref_url=https%3A%2F%2Fwww.aajtak.in%2Fentertainment%2Fbollywood-news%2Fstory%2Fbrahmastra-shah-rukh-khan-vanarastra-teaser-released-fans-excited-amid-boycott-trend-tmovh-1529677-2022-09-02

ତେବେ ଏହି ଭିଡ଼ିଓରେ ଶାହାରୁଖ ଖାନଙ୍କୁ ଦେଖି ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଛନ୍ତି । ଦୀର୍ଘ ଦିନ ଧରି ଆଲୋଚନା ହେଉଥିଲା ଯେ, ଶାହାରୁଖ ଖାନ ବ୍ରହ୍ମାସ୍ତ୍ରରେ କ୍ୟାମିଓ ଭୂମିକାରେ ନଜର ଆସିପାରନ୍ତି । କାରଣ ନିକଟରେ ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ ​​ମୌନି ନିଶ୍ଚିତ କରିଥିଲେ କି ଶାହରୁଖ ଏହି ଫିଲ୍ମରେ ଏକ ବିଶେଷ ଭୂମିକାରେ ନଜର ଆସିବେ।

ବ୍ରହ୍ମାସ୍ତ୍ରର ନିର୍ମାତାମାନେ ଫିଲ୍ମର କାଉଣ୍ଟଡାଉନ୍ ସହିତ ପ୍ରତ୍ୟେକ ନୂଆ ନୂଆ ଭିଡିଆ ସେୟାର କରିବା ଆରମ୍ଭ କରିଛନ୍ତି। ଆଉ ଏହି ଭିଡିଓ ଦେଖିବାପରେ ଲୋକମାନଙ୍କ ମଧ୍ୟରେ ଉତ୍ସାହ ବଢୁଛି । ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ରରେ ରଣବୀର ଏବଂ ଆଲିଆ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଚଳଚ୍ଚିତ୍ର ସେପ୍ଟେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି