ବ୍ରଜରାଜନଗର ଉପନିର୍ବାଚନ: ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଆଗୁଆ

ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ଗୋଟିଏ ପରେ ଗୋଟିଏ ଟ୍ରେଣ୍ଡ ଏବେ ସାମ୍ନାକୁ ଆସିବାରେ ଲାଗିଛି । ଏପର୍ଯ୍ୟନ୍ତ ୬ଟି ରାଉଣ୍ଡର ଫଳାଫଳ ଆସିଛି । ଷଷ୍ଠ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଆଗରେ ଅଛନ୍ତି । ଷଷ୍ଠ ରାଉଣ୍ଡରେ ବିଜେଡିକୁ ୫ ହଜାର ୧୫୫ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସକୁ ୧ ହଜାର ୭୭୮ ଖଣ୍ଡ ଭୋଟ ଓ ବିଜେପିକୁ ୧୦୦୨ ଖଣ୍ଡ ଭୋଟ ପାଇଛି । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୨୯ ହଜାର ୮୮୮ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୭ ହଜାର ୬୩୬ ଓ କଂଗ୍ରେସ ପ୍ରାର୍ଥୀ ୬ ହଜାର ୮୮ ଖଣ୍ଡ ଭୋଟ ପାଇଛନ୍ତି ।

୧୪ଟି ଟେବୁଲରେ ଭୋଟ ଗଣତି ହେଉଛି । ୨୭୯ ବୁଥର ଭୋଟ୍ ୨୦ ରାଉଣ୍ଡରେ କାଉଣ୍ଟିଂ ହେଉଛି । ପ୍ରତି ଟେବୁଲରେ ଅଛନ୍ତି ୪ ଜଣ କାଉଣ୍ଟିଂ ଅଫିସର । ପ୍ରତି ରାଉଣ୍ଡର ଫଳାଫଳ ମାଇକ ଯୋଗେ ଘୋଷଣା କରାଯିବ ।