spot_img

Latest Posts

ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା “ଆମେ ଗଢିବୁ ନୂଆ ଓଡ଼ିଶା”ର ବ୍ରାଣ୍ଡିଂ

ଭୁବନେଶ୍ବର: ଆଜିଠୁ ରାଜ୍ୟର ସବୁ ସ୍କୁଲର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା “ଆମେ ଗଢିବୁ ନୂଆ ଓଡ଼ିଶା”ର ବ୍ରାଣ୍ଡିଂ। ପୂର୍ବରୁ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତି ସ୍କୁଲକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲା ।

 

ଆଜି ଏହି କ୍ରମରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ସ୍କୁଲର ସମସ୍ତ ନବମ ଶ୍ରେଣୀ ପିଲାଙ୍କ ସାଇକେଲରେ ଲାଗିଲା ଷ୍ଟିକର । ” ଆମେ ପଢ଼ିବୁ ବଢ଼ିବୁ, ଶ୍ରେଷ୍ଠ ହେବୁର ଷ୍ଟିକର ଲଗାଯାଇଛି।

ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀଙ୍କ କହିବା ଅନୁଯାୟୀ, ସରକାର ପ୍ରତି ସ୍କୁଲ ପାଇଁ ନୂଆ ଯୋଜନା ଆଣିଛନ୍ତି। ପିଲାମାନେ କିଭଳି ସ୍ମାର୍ଟ ହେବେ, ସବୁଦିନ ସ୍କୁଲ ଆସିବେ ଏବଂ ଉପସ୍ଥାନ ସଂଖ୍ୟା ବଢ଼ିବ ସେ ନେଇ ଲକ୍ଷ୍ୟ ରଖାଯାଇଛି। ଛାତ୍ରଛାତ୍ରୀ ମଧ୍ୟ ତାଙ୍କର ନୂଆ ସାଇକେଲ ଓ ବ୍ରାଣ୍ଡିଂ ସହ ଷ୍ଟିକର ନେଇ ବେଶ୍‌ ଖୁସି ।

Latest Posts

Don't Miss