ରସିକ ଅର୍ଥରର ୯ ପତ୍ନୀ, ଆହୁରି ବାହା ହେବାକୁ ମନ

ବ୍ରାସିଲିୟା:  ଭାରତରେ ଗୋଟିଏ ବିବାହକୁ ବୈଧ ବୋଲି ଗ୍ରହଣ କରାଯାଏ । ଏହା ବାଦ୍‌ ବିବାହ କଲେ ଦଣ୍ଡ ମିଳେ ।  କିନ୍ତୁ ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ ।  ସୂଚନା ଅନୁସାରେ ବ୍ରାଜିଲରେ ଜଣେ ଯୁବକ ୯ ଜଣ ଝିଅଙ୍କୁ ବିବାହ କରିଛନ୍ତି । କେବଳ ସେତିକି ନୁହେଁ ଏବେ ଆଉ ଦୁଇ ଯୁବତୀଙ୍କୁ ବିବାହ କରିବାକୁ ସଜବାଜ ହେଲେଣି । ଯୁବକଙ୍କ ଲକ୍ଷ୍ୟ ମଧ୍ୟ ଭିନ୍ନ । ସେ ପତ୍ନୀଙ୍କ ଦ୍ୱାରା ଛୁଆ ଜନ୍ମ କରିବା ପାଇଁ ଏଭଳି କରୁଛନ୍ତି । ଏହି ଯୁବକଙ୍କ ନାମ ହେଉଛି ଅର୍ଥର ଓ ଅର୍ସି । ନବମ ଯୁବତୀଙ୍କୁ ବିବାହ କରି ସେ ଚର୍ଚ୍ଚାକୁ ଆସିଥିଲେ ।

ଜଣେ ମହିଳାଙ୍କ ସହିତ ଛାଡ଼ପତ୍ର ପରେ ଏବେ ଆଉ ଦୁଇ ଜଣଙ୍କୁ ବିବାହ କରିବାକୁ ମନ ବଳାଇଲେଣି ଅର୍ଥର । ଅର୍ଥର ପେଶାରେ ଜଣେ ମଡେଲ ।

 

ମଡେଲିଂ କରି ୫୫ ଲକ୍ଷ ରୋଜଗାର କରନ୍ତି ଅର୍ଥର । ତେବେ ଛାଡ଼ପତ୍ର ହେବାକୁ ଥିବା ପତ୍ନୀ ତାଙ୍କ ହକ୍‌ ଜତାଇବାକୁ ଚାହାଁନ୍ତି ବୋଲି କୁହନ୍ତି ଅର୍ଥର । ତେବେ ଛାଡ଼ପତ୍ରକୁ ନେଇ ଦୁଃଖି ଥିବା କହିଛନ୍ତି ଅର୍ଥର ।

 

ଛାଡ଼ପତ୍ର ନେବାକୁ ଥିବା ପତ୍ନୀଙ୍କ ନାମ ହେଉଛି ଅଗାଥା । କିନ୍ତୁ ଅଗଥାଙ୍କ ଏଭଳି ମନୋବୃତ୍ତିକୁ ଅର୍ଥରଙ୍କ ଅନ୍ୟ ପତ୍ନୀମାନେ ପସନ୍ଦ କରୁନାହାଁନ୍ତି । ସେମାନଙ୍କ ମତରେ ଅଗାଥା ଭୁଲ କରୁଛନ୍ତି ।  ତେବେ ଅଗାଥା ପ୍ରେମ ପାଇଁ ନୁହେଁ ବରଂ ବିଳାସପୂର୍ଣ୍ଣ ଜୀବନ ପାଇଁ ବିବାହ କରିଥିଲେ ବୋଲି କହୁଛନ୍ତି  । ତେବେ ମୋଟ ୧୦ ଜଣ ପତ୍ନୀଙ୍କ ସହ ରହିବାକୁ ଚାହାଁନ୍ତି ଅର୍ଥର ।