ପୁଣି ଚିନ୍ତା ବଢାଇଲା ଭାଇରସ: ବ୍ରାଜିଲରେ ଗୋଟିଏ ଦିନରେ ୧ ଲକ୍ଷ ୧୫ ହଜାର ୨୨୮ ଆକ୍ରାନ୍ତ ଚିହ୍ନଟ

1 min read

ନୂଆଦିଲ୍ଲୀ: ଥମିବାର ନାଁ ନେଉନି କରୋନା । ଗୋଟିଏ ପରୋ ଗୋଟିେ ବିପଦ ନେଇ ଆସୁଛି କରୋନାର ନୂଆ ନୂଆ ଷ୍ଟ୍ରେନ । ଏବେ ପୁଣି ବିଭିନ୍ନ ରାଷ୍ଟ୍ରରେ ଚିନ୍ତା ବଢାଇଲା ଭାଇରସ । ବ୍ରାଜିଲରେ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୧୫ ହଜାର ୨୨୮ କରୋନା ଆକ୍ରାନ୍ତ । ଫଳରେ ଦେଶରେ ପୁଣି ଆତଙ୍କ ବଢିଛି । ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି- ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବା ଯୋଗୁ ସରକାର ଚିନ୍ତିତ ଅଛନ୍ତି ।

ଅନ୍ୟପଟେ ଦେଶରେ ଟିକାକରଣ ପ୍ରକ୍ରିୟାରେ ଅଗ୍ରଗତି ହେଉ ନଥିବାବେଳେ ଅଧିକ ସଂକ୍ରମଣ ଅଧିକ ଚିନ୍ତା ଦେଇଛି । ଆମେରିକାର ବର୍ତ୍ତମାନ ସୁଦ୍ଧା ୩ କୋଟି ୪୪ ଲକ୍ଷ ୪୯ ହଜାର କୋଭିଡ ରୋଗୀ ଚିହ୍ନଟ ହୋଇଥିବାବେଳେ ଭାରତରେ ସମୁଦାୟ ୩ କୋଟି ୮୨ ଲକ୍ଷ ୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବ୍ରାଜିଲରେ ୧ କୋଟି ୮୧ ଲକ୍ଷ ୭୦ ହଜାର ୭୭୮ ରୋଗୀ ଚିହ୍ନଟ ହୋଇଛନ୍ତି । ସମ୍ପ୍ରତି ପ୍ରଥମ ସ୍ଥାନରେ ଆମେରିକା, ଦ୍ବିତୀୟ ସ୍ଥାନରେ ଭାରତ ଓ ତୃତୀୟ ସ୍ଥାନରେ ବ୍ରାଜିଲ ରହିଛନ୍ତି । ବ୍ରାଜିଲରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୭ ହଜାରରୁ ଅଧିକ ହେବାରୁ ଆଗକୁ ଅଧିକ ବିପଦ ଆସିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

Leave a Reply