spot_img

Latest Posts

ରୁଷରେ ପୋଲ ଭୁଷୁଡ଼ି ପଡ଼ିବାରୁ ଲାଇନଚ୍ୟୁତ ହେଲା ଟ୍ରେନ୍, ୭ ମୃତ

ମସ୍କୋ: ରୁଷିଆର ବ୍ରାୟନସ୍କ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ପୋଲ ଭୁଶୁଡ଼ି ପଡ଼ିବା ଯୋଗୁଁ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଶନିବାର ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି। ଏହି ଦୁର୍ଘଟଣାଟି ୟୁକ୍ରେନୀୟ ସୀମା ସଂଲଗ୍ନ ଏକ ଅଞ୍ଚଳରେ ଘଟିଛି।

ଦୁର୍ଘଟଣା ସମ୍ପର୍କରେ ବ୍ରାୟନସ୍କ ରାଜ୍ୟପାଳ ଆଲେକଜାଣ୍ଡାର ବୋଗୋମାଜ୍ କହିଛନ୍ତି ଯେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୀଡିତମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯାଉଛି। ସେ କହିଛନ୍ତି ଯେ ଦେଶର ଜରୁରୀକାଳୀନ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି।

ଦୁର୍ଘଟଣା ସମ୍ପର୍କରେ ମସ୍କୋ ରେଳବାଇ ଏକ ବିବୃତ୍ତିରେ କହିଛି ଯେ ପରିବହନ କାର୍ଯ୍ୟରେ ଅବୈଧ ହସ୍ତକ୍ଷେପ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ତଥାପି, ଅଧିକାରୀମାନେ ବର୍ତ୍ତମାନ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇନାହାଁନ୍ତି। ରୁଷିଆର ଫେଡେରାଲ୍ ରୋଡ୍ ଟ୍ରାନ୍ସପୋର୍ଟ ଏଜେନ୍ସି, ରୋଜାଭଟୋଡୋର କହିଛି ଯେ ଭୁଶୁଡ଼ି ପଡ଼ିଥିବା ପୋଲଟି ସେହି ରେଳ ଟ୍ରାକ ଉପରେ ନିର୍ମିତ ହୋଇଥିଲା ଯେଉଁ ଉପରେ ଟ୍ରେନ୍ ଯାଉଥିଲା।

 

Latest Posts

Don't Miss