ଭୁଶୁଡ଼ିଲା ପୋଲ: ନବରଙ୍ଗପୁର-କୋଷାଗୁମୁଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

1 min read

ନବରଙ୍ଗପୁର: ଭୁଶୁଡ଼ିଲା ପୋଲ । ପ୍ରଥମ ବର୍ଷାରେ ଭୁଶୁଡ଼ିଲା ବଡ଼ ମସିଗାଁ ପୋଲ । ୪୦ ବର୍ଷ ତଳେ ତୁରୀ ନଦୀ ଉପରେ ଏହି ପୋଲ ନିର୍ମାଣ ହୋଇଥିଲା । ପ୍ରତିଦିନ ଶହଶହ ଗାଡ଼ି ଏହି ପୋଲ ଦେଇ ଯାଆସ କରୁଥିଲେ । ପୋଲ ଭୁଶୁଡିଯିବାରୁ ନବରଙ୍ଗପୁର-କୋଷାଗୁମୁଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ତେବେ ସୂଚନା ଅନୁସାରେ ପୋଲଟି ଯେହେତୁ ପୁରୁଣା ହୋଇ ଆସୁଥିଲା ତେଣୁ ତା ପାଖରେ ଆଉ ଏକ ପୋଲର ନିର୍ମାଣ କାର୍ଯ୍ୟ ହୋଇସାରିଥିଲା । ତେବେ ଗତ ରାତି ତମାମ ବର୍ଷା କାରଣରୁ ଏ ପୋଲଟି ଭୁଶୁଡ଼ି ଯାଇଥିବା ଜଣା ପଡ଼ିଛି । ତେବେ ନୂଆ ପୋଲ ନହୋଇ ପୂରୁଣା ପୋଲ ଭୁଶିଡ଼ିବା କାରଣରୁ ନବରଙ୍ଗପୁର-କୋଷାଗୁମୁଡ଼ା ମଧ୍ୟ ସମସ୍ତ ଯୋଗା ଯୋଗ ବିଚ୍ଛିନ୍ନ ହୋଇଛି ।

ଅନ୍ୟପଟେ ପୋଲଟି ଦୁର୍ବଳ ହୋଇଯାଇଥିବା ନେଇ କୌଣସି ସୂଚନା ଦିଆ ଯାଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯଦିଓ ଏହି ପୋଲ ପାଖରେ ଆଉ ଏକ ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଥିଲା ।

Leave a Reply