ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ନୂଆ ଦାୟିତ୍ୱ

1 min read

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ନୂଆ ଦାୟିତ୍ୱ । ବିସ୍କୁଟ୍ କମ୍ପାନୀ ବ୍ରିଟାନିଆର ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତ । ଆଗାମୀ ୫ ବର୍ଷ ପାଇଁ ଅତିରିକ୍ତ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ ଉର୍ଜିତ । ବ୍ରିଟାନିଆ ପକ୍ଷରୁ ଏ ନେଇ ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦିଆଯାଇଛି । ସେବିର ନିର୍ଦ୍ଦେଶ ଅନୁଯାୟୀ ସେୟାର ମାର୍କେଟରେ କୌଣସି ପଞ୍ଜିକୃତ କମ୍ପାନୀ ଏଭଳି ନିଯୁକ୍ତିର ସୂଚନା ଏଭଳି ନିଯୁକ୍ତି ସୂଚନା ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜ ନିକଟରେ ଦେବାର ପ୍ରବଧାନ ରହିଛି । ରଘୁରାମ ରାଜନଙ୍କ ପରେ ଏନଡିଏ ସରକାର ଉର୍ଜିତ ପଟେଲଙ୍କୁ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତି ଦେଇଥିଲେ । ଶ୍ରୀ ପଟେଲ ୨୦୧୬-୧୮ ମଧ୍ୟରେ ୨ ବର୍ଷ ପାଇଁ ଆରବିଆଇର ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇବା ପୂର୍ବରୁ ରିଜର୍ଭବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଓ ମନିଟରିଂ କମିଟିର ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । ସେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ଫାଇନାନ୍ସ ଏବଂ ପଲିସିର ଗଭର୍ଣ୍ଣିଂ ବଡିର ଚେୟାରମ୍ୟାନ ବି ଥିଲେ । ସେ ଭାରତ ସରକାରଙ୍କ ସହ ଯୋଡି ହେବା ପୂର୍ବରୁ ୧୫ ବର୍ଷ ଧରି ଘରୋଇ କ୍ଷେତ୍ରରେ ରହି ସେବା ଯୋଗାଉଥିଲେ ।

ଏଥିସହିତ ପଢ଼ନ୍ତୁ: ୧୦ବର୍ଷ ପୂର୍ବେ ୨୮ ବର୍ଷର ଅପେକ୍ଷାର ଘଟିଥିଲା ଅନ୍ତ

Leave a Reply