ପୋଖରୀରେ ବୁଡ଼ି ଭାଇ, ଭଉଣୀଙ୍କ ମୃତ୍ୟୁ

1 min read

ପିପିଲି: ପୋଖରୀରେ ବୁଡି ଭାଇ, ଭଉଣୀଙ୍କ ସଲିଳ ସମାଧି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗୁଆଳିପଡା ପଞ୍ଚାୟତ ହୁମର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ଗାଁ ଶଙ୍କର ରାଉତଙ୍କ ପୁଅ ଶୁଭେନ୍ଦ୍ର ରାଉତ ଏବଂ ଝିଅ ଶୁଭଲକ୍ଷ୍ମୀ ରାଉତ ପୋଖରୀରେ ଗାଧୋଇବାବେଳେ ବୁଡ଼ି ପ୍ରାଣହରାଇଛନ୍ତି । ଗାଁର ଜଣେ ବ୍ୟକ୍ତି ଶିଶୁ ଦୁହିଁଙ୍କୁ ପାଣିରୁ ଉଦ୍ଧାର କରି ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

ଘଟଣାକୁ ନେଇ ହୁମର ଓ ଆଖପାଖ ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି । ଏନେଇ ଡେଲାଙ୍ଗ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି । ଦୁଃଖଦ ଖବର ପାଇ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଘଟଣା ସ୍ଥଳରେ ପହଁଚି ପରିବାରକୁ ସମବେଦନା ଜଣାଇବା ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ତହସିଲଦାର ଓ CDMOଙ୍କ ସହ ଆଲୋଚନା କରି କହିଛନ୍ତି ।