କୋଟିଏ ଟଙ୍କାର ଧଳାଜହର ଜବତ; ରାଜଧାନୀରେ ଧରା ପଡିଲା ବାଲେଶ୍ୱର ବେପାରୀ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ୍ ବ୍ରାଉନସୁଗାର ବେପାରୀକୁ ଧରିବା ସହ ୧ କିଲୋ ୧୭୦ ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି । ଗିରଫ ବେପାରୀ ଜଣଙ୍କର ନାମ ହେଉଛି ଶେଖ ହାସିମ ବକ୍ସ । ବ୍ୟକ୍ତି ଜଣକ ବାଲେଶ୍ୱରସ୍ଥିତ ଜଳଶ୍ୱେରର ବାସିନ୍ଦା । ବ୍ରାଉନସୁଗାର ବେପାର ପାଇଁ ଭୁବନେଶ୍ୱର ଆସିଥିଲା ।

ବାଲେଶ୍ୱର, ପଶ୍ଚିମବଙ୍ଗ ସୀମାରେ ହୋଇଥିବା ହେତୁ ଏହି କଳା କାରବାରର ଚେର ପଶ୍ଚିମବଙ୍ଗ ବାଟ ଦେଇଆସୁଥିବା ଏସଟିଏଫ୍ ଅନୁମାନ କରୁଛି । ଜବତ ବେପାରୀକୁ ଏସଟିଏଫ୍ ପଚରାଉଚରା କରୁଛି । କେଉଁ କେଉଁ ମାଧ୍ୟମ ଦେଇ ଏହି ବେପାର ହେଉଛି, ସଂପୃକ୍ତ ବେପାରୀର ଚେନର କେଉଁ ସ୍ଥାନରେ ବ୍ରାଉନସୁଗାର ବିକ୍ରି ହେଉଛି ସେ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ କରୁଛି ।

ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଏସଟିଏଫ୍ ବ୍ରାଉନସୁଗାର ଜବତ କରିବା କ୍ଷେତ୍ରରେ ଭଲ କାମ କରିଛି । ଏଯାବତ୍ ଏକାକୀ ୨୨ କେଜି ୧୬୮ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏହା ବାବଜକୁ ୨୪ଟି ମାମଲା ମଧ୍ୟ ରୁଜ୍ଜୁ ହୋଇଛି ।

Leave a Reply