ଘରେ ପଶି ନାବାଳିକାକୁ ନିର୍ମମ ହତ୍ୟା

ଅନୁଗୁଳ :  ଘରେ ପଶି ନାବାଳିକାଙ୍କୁ ନିର୍ମମ ହତ୍ୟା । ଅନୁଗୁଳ ସହର ଉପକଣ୍ଠ କୁଇଓ ଗାଁରେ ନାବାଳିକାର ତଣ୍ଟି କାଟି ହତ୍ୟା କଲା ଯୁବକ । ମୃତ ନାବାଳିକା ହେଲେ ୧୨ ବର୍ଷୀୟ ଖୁସି ସାହୁ । ତାଳଚେର ଡଅଁରାର ଭାଗିରଥି ସାହୁଙ୍କ ଝିଅ ଖୁସି । ଦୀର୍ଘଦିନ ହେବ ସେମାନେ କୁଇଓରେ ରହୁଥିଲେ ।

ନାବାଳିକା ତାଙ୍କ ମାଙ୍କ ସହ ଘରେ ଥିଲେ । ହଠାତ ଜଣେ ଯୁବକ ଘରେ ଧସେଇ ପଶିଥିଲା । ନାବାଳିକାଙ୍କ ମାଙ୍କୁ ଧକ୍କା ଦେଇଥିଲା । ନାବାଳିକାଙ୍କ ବେକକୁ ଏକ ମାରଣାସ୍ତ୍ରରେ କାଟି ପଳାଇଥିଲା । ନାବାଳିକାଙ୍କୁ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ, ଅଭିଯୁକ୍ତ ଏକତରଫା ପ୍ରେମରୁ ଏଭିଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ସେପଟେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।