ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବ ବିଏସପି

ଲକ୍ଷ୍ନୌ: ଆସନ୍ତାବର୍ଷ ହାବକୁ ଯାଉଛି ଉତ୍ତରପ୍ରଦେଶ ସମେତ ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ  । ସମୟ ପାଖେଇବା ସହ ଉସ୍ଣତା ବଢୁଛି  । ରାଜନୀତି ହଟଚନଟ ଦେଖିବାକୁ ମିଳିଛି   । ସେପଟେ ଏଭଳି ସ୍ଥଳରେ ବହୁଜନ ସମାଜବାଦୀ ପାର୍ଟି ବା ବିଏସପି ଘୋଷଣା କରିଛି ଦଳୀୟ ନିଷ୍ପତି  । ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବ ବହୁଜନ ସମାଜ ପାର୍ଟି । ବିଏସ୍‌ପି ସୁପ୍ରିମୋ ମାୟାବତୀ କହିଛନ୍ତି, ଏହି ଦୁଇ ରାଜ୍ୟରେ ଦଳ କାହା ସହ ମେଣ୍ଟ କରିବ ନାହିଁ । ବିଭିନ୍ନ ପ୍ରସଙ୍ଗକୁ ନେଇ ଦଳ ନିର୍ବାଚନ ଲଢ଼ିବ ।

ଅସଦୁଦ୍ଦିନ ଓଏସିଙ୍କ ଏଆଇଏମଆଇଏମ ସହ ମେଣ୍ଟ କରିବାକୁ ବିଏସପି ପ୍ରସ୍ତୁତ ବୋଲି ଚାଲିଥିବା କଳ୍ପନାଜଳ୍ପନାକୁ ମାୟାବତୀ ଖଣ୍ଡନ କରିଛନ୍ତି । ତେବେ ପଞ୍ଜାବରେ ଶିରୋମଣି ଅକାଳୀ ଦଳ ସହ ବିଏସପି ମେଣ୍ଟ କରିବ ଏବଂ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ହୋଇଥିବା କହିଛନ୍ତି ମାୟାବତୀ । ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ଶିରୋମଣି ଅକାଳୀ ଦଳ ୯୭ ଓ ବିଏସପି ୨୦ ଆସନରେ ନିର୍ବାଚନ ଲଢ଼ିବ ।

ନିର୍ବାଚନ ପ୍ରସଙ୍ଗରେ ବିଏସପି ସୁପ୍ରିମୋ ମାୟାବତୀ କହିଛନ୍ତି ୟୁପି ଓ ଉତ୍ତରାଖଣ୍ଡରେ ତାଙ୍କ ଦଳ କାହା ସହ ମେଣ୍ଟ କରିବ ନାହିଁ । ସେ ଆହୁରି କହିଛନ୍ତି, ତାଙ୍କ ଦଳରୁ ବହିଷ୍କୃତ ୫ ବିଧାୟକଙ୍କୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ନିଜ ଦଳରେ ସାମିଲ କରୁଛନ୍ତି । କିନ୍ତୁ ଦଳର ଶକ୍ତି ଏବଂ ସାମର୍ଥ୍ୟ ରହିଛି  । ଦଳ ଆଗାମୀ ନିର୍ବାଚନରେ  ନିଶ୍ଚିତ ଭାବେ ଏକାକୀ ନିର୍ବାଚନ ଲଢିବ  । ବଂର କାହା ସହିତ ଦଳ ମେଣ୍ଟ କରି ନିର୍ବାଚନ ଲଢିବ ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇଛନ୍ତି ମାୟାବତୀ  ।

Leave a Reply