ବର୍ଷକ ପାଇଁ ନିର୍ମଳା ଖୋଲିଲେ ପେଡ଼ି, କାହାକୁ ଦେଲେ କେତେ ?

1 min read

ନୂଆଦିଲ୍ଲୀ: ବର୍ଷ ୨୦୨୨-୨୩ ପାଇଁ ସଂସଦରେ ଆଗତ ହୋଇଛି ବଜେଟ  । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ୪ର୍ଥ ଥର ପାଇଁ ବଜେଟ ଆଗତ କରିଛନ୍ତି  । ତେବେ ଏହି ବଜେଟରେ କେଉଁ ବିଭାଗକୁ କେତେ ପରିମାଣର ଅର୍ଥ ବ୍ୟୟବରାଦ ହୋଇଛି  ।  ବଜେଟରେ ଅର୍ଥ ବିଭାଗକୁ ସିଂହ ଭାଗ ମିଳିଥିବାବେଳେ ପ୍ରତିରକ୍ଷା ବିଭାଗ ବ୍ୟୟ ବରାଦ ବି ବଢିଛି । ଅର୍ଥ ବିଭାଗକୁ ୧୫ ଲକ୍ଷ ୩୮ ହଜାର ୭୭୯ କୋଟି ମିଳିଥିବାବେଳେ ପ୍ରତିରକ୍ଷା ଲାଗି ୫ ଲକ୍ଷ ୨୫ ହଜାର ୧୬୬ କୋଟି ବ୍ୟୟ କରାଯାଇଛି  । ରେଳବାଇ ଲାଗି ୨ ଲକ୍ଷ ୪୫ ହଜାର ୬୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ସେହିପରି ଗୃହ ନିର୍ମାଣ ଲାଗି ୧ ଲକ୍ଷ ୮୫ ହଜାର ୭୭୬ କୋଟି, ବେସାମରିକ ବିମାନ ଚଳାଚଳ ଲାଗି ୧୦ ହଜାର ୬୭୬ କୋଟି, ଯୋଗାଯୋଗ ଲାଗି ୧ ଲକ୍ଷ ୫ ହଜାର ୪୦୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ରସାୟନ ଓ ସାର ବିଭାଗ ଲାଗି ୧ ଲକ୍ଷ ୦୭ ହଜାର ୭୧୫ କୋଟି, କୃଷି ଓ କୃଷକ ବିକାଶ ଲାଗି ୧ ଲକ୍ଷ ୩୨ହଜାର ୫୧୩ କୋଟି, ସାର ଓ ରସାୟନ ଲାଗି ୧ଲକ୍ଷ ୭ ହଜାର ୭୧୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଗ୍ରାମୀଣ ବିକାଶ ଲାଗି ୧ ଲକ୍ଷ ୩୮ ହଜାର ୨୦୩ କୋଟି, ଶିକ୍ଷା ଲାଗି ୧ ଲକ୍ଷ ୪ ହଜାର ୨୭୭ କୋଟି ବଜେଟରେ ବ୍ୟବ ବରାଦ କରାଯାଇଛି  ।

ଅନ୍ୟପଟେ  ଗୃହ ବ୍ୟାପାର ଲାଗି ୧ ଲକ୍ଷ ୮୫ ହଜାର ୭୭୬ କୋଟି, ସଡ଼କ ପରିବହନ ଓ ରାଜପଥ ଲାଗି ୧ ଲକ୍ଷ ୯୯ ହଜାର ୧୦୭ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଖାଉଟି ବ୍ୟାପାର ଓ ଖାଦ୍ୟ କଲ୍ୟାଣ ବିଭାଗ ପାଇଁ ୨ ଲକ୍ଷ ୧୭ ହଜାର ୬୮୪ କୋଟି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଲାଗି ୮୬ ହଜାର ୨୦୦ କୋଟି, ବୈଦେଶିକ ମନ୍ତ୍ରାଳୟ ଲାଗି ୧୭, ୨୫୦ କୋଟି ଏବଂ ମହିଳା ଓ ଶିଶୁ ବିକାଶ ଲାଗି ୨୫ ହଜାର ୧୭୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

Leave a Reply