ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ରିଜର୍ଭ ବ୍ୟାଙ୍କ ଜାରି କରିବ ଡିଜିଟାଲ କରେନ୍ସି

1 min read

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ଉପସ୍ଥାପନ କରିଥିଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଅନେକ ଜନକଲ୍ୟାଣକାରୀ ଯୋଜନା ବାବଦରେ ଘୋଷଣ କରିଛନ୍ତି ଅର୍ଥ ମନ୍ତ୍ରୀ । ଏଥି ସହ ଭାରତର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଯୋଜନାର ଆରମ୍ଭ କରାଯାଇଛି । ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିବା ଗୁରୁତ୍ୱପୂର୍ଣ୍ଣ ଯୋଜନା ମଧ୍ୟରୁ ଅନ୍ୟତମ ହେଉଛି ଡିଜିଟାଲ କରେନ୍ସି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା ଚଳିତ ବର୍ଷ ଡିଜିଟାଲ କରେନ୍ସି ଜାରି ହେବ । ଯାହା ବ୍ଲକ ଚେନ୍ ଆଧାରିତ କରେନ୍ସ ହେବ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଭାଷଣ ଦେବା ସମୟରେ କହିଥିଲେ ବ୍ଲକ ଚେନ୍ ଏବଂ ଅନ୍ୟ ଟେକ୍ନୋଲୋଜିର ବ୍ୟବହାର କରି ଡିଜିଟାଲ କରେନ୍ସି ଜାରି ହେବ । ଏହି ଡିଜିଟାଲ କରେନ୍ସ ୨୦୨୨-୨୩ ଆର୍ଥିକ ବର୍ଷରେ ଆସିବ । ଏଥିସହ ଏହି ବଜେଟରେ ନିର୍ମଳା ସୀତାରମଣ କହିଛନ୍ତି କି ଡିଜିଟାଲ ସମ୍ପତ୍ତି ଉପରେ ୩୦ ପ୍ରତିଶତ ଟିକସ ଲାଗିବ ।

ବଜେଟ ଭାଷଣ ଦେବା ସମୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ କି ଏହି ବଜେଟ ଦ୍ୱାରା ଭାରତକୁ ଆଗାମୀ ୨୫ ବର୍ଷ ପାଇଁ ଭିତ୍ତିପ୍ରସ୍ତର ପାଇବ । ସେହିପରି ଆଗାମୀ ଆର୍ଥିକ ବର୍ଷରେ ଆର୍ଥିକ ଅଭିବୃଦ୍ଧି ୯.୨ ପ୍ରତିଶତ ହେବ ବୋଲି ଆଶା କରାଯାଉଛି । ଯାହା ପ୍ରମୁଖ ଅର୍ଥନୀତି ମଧ୍ୟରେ ସର୍ବାଧିକ। ସୀତାରମଣ କହିଛନ୍ତି ଯେ ଏହି ବଜେଟରେ ଯୁବକମାନେ ଉପକୃତ ହେବ । ଆତ୍ମନିର୍ଭରଶୀଳ ଭାରତରେ ୧୬ ଲକ୍ଷ ଯୁବକଙ୍କୁ ଚାକିରି ଦିଆଯିବ । ସେହିପରି ୨୦୨୨-୨୩ ମଧ୍ୟରେ ଜାତୀୟ ରାଜପଥର ଲମ୍ବ ୨୫ ହଜାର କିଲୋମିଟରକୁ ବୃଦ୍ଧି କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ପାହାଡ ଅଞ୍ଚଳର ପର୍ବତମାଳା ରାସ୍ତା ପିପିପି ମୋଡରେ ଅଣାଯିବ | ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୬୦ ଲକ୍ଷ ନୂତନ ନିଯୁକ୍ତି ଘୋଷଣା କରିଛନ୍ତି। ଏଥିସହ୩୦ ଲକ୍ଷ ଅତିରିକ୍ତ ଚାକିରି ଯୋଗାଇବାର ସମ୍ଭାବନା ଅଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Leave a Reply