spot_img

Latest Posts

ଆସନ୍ତା ଫେବ୍ରୁଆରୀ ୧ରେ ଆସିବ କେନ୍ଦ୍ର ବଜେଟ ; ୮୮ତମ ବଜେଟ ଆଗତ କରିବେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରୀ ୧ରେ ଆସିବ କେନ୍ଦ୍ର ବଜେଟ । ଲଗାତାର ନବମ ଥର ଲାଗି ଦେଶର ୮୮ତମ ବଜେଟ ଆଗତ କରିବେ ନିର୍ମଳା ସୀତାରମଣ । ରେଳବାଇ, ଏମଏସଏମଇ, ପ୍ରତିରକ୍ଷା, ଭିତ୍ତିଭୂମି ଓ ଗ୍ରୀନ ଏନର୍ଜିକୁ ହୋଇପାରେ ଫୋକସ। ରିଅଲ ଇଷ୍ଟେଟ, ଶିଳ୍ ବିମାନ ଚଳାଚଳ, ଶିକ୍ଷା, ରପ୍ତାନିକୁ ବି କରାଯାଇପାରେ ଫୋକସ । ରତ୍ନପଥର ଓ ଜୁଏଲାରୀ ଉପରୁ କର ହ୍ରାସ ଲାଗି ନିର୍ମଳା ନେଇପାରନ୍ତି ପଦକ୍ଷେପ । ଜିଏସଟିକୁ ସରଳୀକରଣ ଲାଗି ହୋଇପାରେ ବ୍ୟବସ୍ଥା। ରିଅଲ ଇଷ୍ଟେଟ କ୍ଷେତ୍ରରେ ଷ୍ଟାମ୍ପ ଡ୍ଯୁଟି ହ୍ରାସ, ସମସ୍ତଙ୍କୁ ସୁହାଇବା ପରି ଘର ଯୋଗାଇବା, ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସିଙ୍ଗଲ ଉଇଣ୍ଡୋ ନୀତି ପ୍ରଚଳନ, ବିଦେଶୀ ପୁଞ୍ଜି ନିବେଶ, ଟେକନୋଲୋଜି ଟ୍ରାନ୍ସଫର, ସୀମାପାର ସହଭାଗିତାକୁ ଦିଆଯାଇପାରେ ଗୁରୁତ୍ବ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରୋବୋଟିକ ଟେକ୍ନୋଲୋଜି, ଆଡଭାନ୍ସଡ ଅଟୋମେସନ, ଇଣ୍ଡିଆନ ବ୍ରାଣ୍ଡକୁ ବିଶ୍ବସ୍ତରରେ ଆଦୃତ କରିବା ଲାଗି କଞ୍ଚାମାଲ ଓ ଯାନ୍ତ୍ରିକ କ୍ଷେତ୍ରରେ ସବସିଡି ବ୍ୟବସ୍ଥା କରାଯାଇପାରେ। ଅକ୍ଷୟ ଶକ୍ତି, ସୌର ଶକ୍ତି, ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ନିର୍ମାଣ ଓ ପ୍ରତିରକ୍ଷା ସାମଗ୍ରୀରେ ସବସିଡି ପ୍ରଦାନ, ପ୍ରତିରକ୍ଷା ଭିତ୍ତିଭୂମିକୁ ଅଧିକ ଗୁରୁତ୍ବ, ଗବେଷଣା ଓ ବିକାଶ ପ୍ରତି ବଜେଟରେ ଦିଆଯାଇପାରେ ଗୁରୁତ୍ବ। ଜରୁରୀ ମେଡିସିନ, ଥେରାପି ଔଷଧ, ଅତ୍ୟାଧୁନିକଯନ୍ତ୍ରପାତି, ରୋବୋଟିକ୍ସ, ରେଡିଓଥେରାପି ମେସିନ ଉପରୁ ହୋଇପାରେ କର ହ୍ରାସ। ଏହା ସହ ସ୍ବାସ୍ଥ୍ୟସେବା ଭିତ୍ତିଭୂମି, ଟେଲିମେଡିସିନ କ୍ଷେତ୍ର, ହସ୍ପିଟାଲ ଶଯ୍ୟା ବୃଦ୍ଧି ଲାଗି ବଜେଟରେ ନିର୍ମଳା ଦେଇପାରନ୍ତି ଗୁରୁତ୍ବ।

Latest Posts

Don't Miss