spot_img

Latest Posts

ଜାନୁଆରୀ ୩୧ରୁ ସଂସଦର ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ: ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ୍‌ ଅଧିବେଶନ। ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ଏହାପରେ ମାର୍ଚ୍ଚ ୨ରୁ ଏପ୍ରିଲ ୩ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଚାଲିବ। ଫେବ୍ରୁଆରୀ ପହିଲାରେ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ସାଧାରଣ ବଜେଟ୍‌ ଉପସ୍ଥାପନ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଦ୍ୱିତୀୟ ବଜେଟ୍‌ ଉପସ୍ଥାପନ କରିବେ।

ବଜେଟ୍‌କୁ ନେଇ ସାଧାରଣ ଲୋକଙ୍କ ମତାମତ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟ୍‌ କରି ସେ ଜନତାଙ୍କ ମତ ଲୋଡିଛନ୍ତି। ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବଜେଟ୍‌ ଗୁରୁତ୍ୱ ବହନ କରୁଛି। ଅର୍ଥ ବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ସରକାର କି ପଦକ୍ଷେପ ନେବେ ତା ଉପରେ ନଜର ରହିଛି। ସେପଟେ ଆଜି ନୀତି ଆୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ବସୁଛି । ଦେଶର ଆର୍ଥବ୍ୟବସ୍ଥା ଓ ବଜେଟ୍‌କୁ ଆଖିରେ ରଖି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

Latest Posts

Don't Miss