ମୁଁ ଡନ୍‌ର ଭଉଣୀ, ଏମିତି କହି ବୁର୍ଖାରେ ଥିବା ମହିଳା ଚଳାଇଲେ ଗୁଳି

Lady Don

ନୂଆଦିଲ୍ଲୀ: ଦିଲ୍ଲୀର ଉତ୍ତର ପୂର୍ବ ଜିଲ୍ଲାର ଚୌହାନ ବାଙ୍ଗର ଅଞ୍ଚଳରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ବୁର୍ଖା ପିନ୍ଧି ଗୁଳି ଚଳାଉଛନ୍ତି । ଖାଲି ସେତିକି ନୁହେଁ ଗୁଳି ଚଳାଇବା ବେଳେ ସେ ନିଜକୁ ଗ୍ୟାଙ୍ଗଷ୍ଟରର ଭଉଣୀ ବୋଲି ପରିଚୟ ଦେଉଛି ।

ଭିଡିଓରେ ବୁର୍ଖାରେ ଥିବା ଜଣେ ମହିଳା ଏକ କିରାନା ଦୋକାନରେ ଗୁଳି ଚଳାଉଛନ୍ତି । ଏଥିସହିତ ସେ ନିଜକୁ ଗ୍ୟାଙ୍ଗଷ୍ଟର ନାସିରର ଭଉଣୀ ବୋଲି କହୁଛନ୍ତି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୧୮ରେ ଏଭଳି ଘଟଣା ଘଟିଥିଲା ଓ ସେହି ଦିନର ହିଁ ଏହି ଭିଡିଓ । ଝିଅଟିର ନାମ ନୁସରାତ, ଯିଏ କି ଜାଫରବାଦର ବାସିନ୍ଦା । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ଜଣେ ମହିଳା ବୁର୍ଖାରେ ଗୁଳି ଚଳାଉଛନ୍ତି ଏବଂ ପରେ ଏକ ମୋଟର ସାଇକେଲରେ ବସି ସେଠାରୁ ଫେରାର ହୋଇଯାଉଛନ୍ତି ।

ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ମହିଳା ହେଉଛନ୍ତି ମୋହସିନ୍‌ର ଭଉଣୀ । ଆଉ ମୋହସିନ୍‌ ହେଉଛି ଗ୍ୟାଙ୍ଗଷ୍ଟର ନାସିରର ଜଣେ ଘନିଷ୍ଠ ସହଯୋଗୀ । ପୋଲିସ ଜାଫରାବାଦ ଥାନାରେ ଏନେଇ ଏକ ମାମଲା ରୁଜୁ କରି ନୁସରତଙ୍କୁ ଗିରଫ କରିସାରିଛି ।

ଏହି ଘଟଣାରେ ପୋଲିସ କହିଛି ଯେ, ପ୍ରଥମେ କିରାନା ଦୋକାନୀ ସହ ନୁସରତର କଥାକଟାକଟି ହୋଇଥିଲା । କଥା କଟାକଟିରୁ ପରିସ୍ଥିତି ଏତେ ବିଗିଡ଼ିଯାଇଥିଲା ଯେ ଶେଷରେ ନୁସରତ ବନ୍ଧୁକ ବାହାର କରି ଗୁଳି ଚଳାଇବା ଆରମ୍ଭ କରିଥିଲେ ।

Leave a Reply