ବିଜେପି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଣ୍ଟୁଥିଲେ ବୁର୍ଲା ବିଶ୍ବବିଦ୍ୟାଳୟ କର୍ମଚାରୀ, ଧରି ପକାଇଲେ ସ୍ଥାନୀୟ ଲୋକେ

ବରଗଡ଼: ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଟଙ୍କା ବାଣ୍ଟୁଛି ବିଜେପି । ବିଶ୍ଵ ନାମକ ବ୍ୟକ୍ତି ଜଣକ ବିଜେପି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ବେଳେ ସ୍ଥାନୀୟ ଭୋଟରଙ୍କ ଦ୍ଵାରା ହଟହଟା ହେଉଛନ୍ତି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ବ୍ୟକ୍ତି ଜଣକ ବୁର୍ଲା ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ, ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଣ୍ଟୁଥିବା କହିଛନ୍ତି ଭୋଟର ।