ଡିଭାଇଡରରେ ପିଟିହେଲା ଯାତ୍ରୀବାହୀ ବସ୍ , ଅଳ୍ପକେ ବର୍ତ୍ତିଲେ ୫୦ ରୁ ଅଧିକ ଯାତ୍ରୀ

ବାଲେଶ୍ୱର : ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୫୦ ରୁ ଅଧିକ ଯାତ୍ରୀ। ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା ଯାତ୍ରୀବାହୀ ବସ୍। ୬୦ ନଂ ଜାତୀୟ ରାଜପଥ ଇନ୍ଦିରା ଛକ ନିକଟରେ ଦୁର୍ଘଟଣା। ବାଲେଶ୍ବରରୁ କୋଲକାତା ଅଭିମୁଖେ ଯାଉଥିବା ଦାକ୍ଷାୟାନୀ ନାମକ ଘରୋଇ ଯାତ୍ରୀବାହୀ ବସ୍। ମଧ୍ଯ ରାତ୍ରିରେ ଦୁର୍ଘଟଣା ଘଟିଥିଲା। ସୌଭାଗ୍ୟକୁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଅନ୍ୟ ଏକ ବସ୍ ଯୋଗେ ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି ସମସ୍ତ ଯାତ୍ରୀ। ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ବସର ସମସ୍ତ କର୍ମଚାରୀ ଫେରାର ଅଛନ୍ତି। ଘଟଣାସ୍ଥଳରେ  ବସ୍ତା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।