ବିବାହ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଓଡ଼ିଶା ଆସିଛନ୍ତି ଅନନ୍ତ ଅମ୍ବାନୀ

ଭୁବନେଶ୍ୱର: ଓଡ଼ିଶାରେ ବିଜିନେସ ଟାଇକୁନ ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ । ବିବାହ ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଓଡ଼ିଶା ଆସିଛନ୍ତି ଅନନ୍ତ । କଡ଼ା ସୁରକ୍ଷା ମଧ୍ୟରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଅନନ୍ତ । ପରେ ଭୁବନେଶ୍ବର ଫେରି ମୁମ୍ବାଇ ଫେରିଯିବେ । ନିକଟରେ ଅନନ୍ତଙ୍କର ନିର୍ବନ୍ଧ ସରିଛି । ବିବାହ ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଆଶିଷ ନେବାକୁ ସେ ଓଡ଼ିଶା ଆସିଛନ୍ତି । ଗତକାଲି ଗୌହାଟିର କାମାକ୍ଷା ପୀଠକୁ ଯାଇ ଦର୍ଶନ କରିଥିଲେ ଅନନ୍ତ । ନିକଟରେ ଏନକୋର ଗ୍ରୁପର ନିର୍ଦ୍ଦେଶକ ରାଧିକା ମର୍ଚ୍ଚାଣ୍ଟଙ୍କ ସହ ନିର୍ବନ୍ଧ କରିଥିଲେ ଅନନ୍ତ ଅମ୍ବାନୀ ।