ବଟି ନଦେବାରୁ ବ୍ୟବସାୟୀଙ୍କୁ ଗୁଳିମାଡ଼

1 min read

କୋଣାର୍କ: ବଟି ନଦେବାରୁ ବ୍ୟବସାୟୀଙ୍କୁ ଗୁଳିମାଡ । ଗୁଳିକରି ଖସିଯାଉଥିବା ବେଳେ କାବୁକଲେ ସ୍ଥାନୀୟ ଲୋକେ । ଦୁର୍ବୃତ୍ତମାନଙ୍କୁ ରାସ୍ତା ରେ ଗୋଡ଼ଇ ଗୋଡ଼ାଇ ପିଟିଲେ । ସୂଚନା ଅନୁଯାୟୀ, ଗୋପ ଥାନା ଶୋବନପୁରୁ ଠାରେ ବ୍ୟବସାୟୀ ଉମା କାନ୍ତ ସାହୁଙ୍କୁ କିଛି ଦୁର୍ବୃତ୍ତ ବଟି ମାଗିଥିଲେ । କିନ୍ତୁ ଉମାକାନ୍ତ ସେମାନଙ୍କୁ ବଟି ଦେବା ପାଇଁ ମନା କରିଦେଇଥିଲେ ।

ଯାହାକୁ ନେଇ ଆଜି ସକାଳୁ ଦୁର୍ବୃତ୍ତମାନେ ରମାକନ୍ତଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ସେଥିରୁ ଗୋଟିଏ ଗୁଳି ଯାଇ ତାଙ୍କ ଦେହରେ ବାଜିଥିଲା । ଗୁଲି ମାରି ଖସିଯିବା ସମୟରେ ସ୍ଥାନୀୟ ଲୋକେ ଦୁର୍ବୃତ୍ତଙ୍କୁ କାବୁ କରିଥିଲେ । କାବୁ କରିବା ସହିତ ଗୋଡ଼ାଇ ଗୋଡ଼ାଇ ନିର୍ଧୁମ ପିଟିଥିଲେ ସ୍ଥାନୀୟ ଲେକେ । ଖାଲି ସେତିକି ନୁହେଁ ସେମାନଙ୍କର ଗାଡ଼ିକୁ ମଧ୍ୟ ପୋଡ଼ିଦେଇଥିଲେ ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ବୃତ୍ତଙ୍କୁ ଗିରଫ କରି ଥାନାକୁ ନେଇଛି । ଦୁର୍ବୃତ୍ତମାନଙ୍କ ଠାରୁ ବନ୍ଧୁକ ଜବତ ହୋଇଛି । ସେପଟେ ଉମାକାନ୍ତ ସାହୁଙ୍କୁ ପ୍ରଥମେ ଗୋପ ସ୍ୟାସ୍ଥ୍ୟକେନ୍ଦ୍ର ପରେ ଭୁବନେଶ୍ୱର କୁ ସ୍ଥାନାନ୍ତରିତ କରାଯାଇଛି ।

  ')}

Leave a Reply