ନନ୍ଦିଘୋଷ ବ୍ୟୁରୋ : ଆସନ୍ତାକାଲି ନୂଆପଡ଼ା ଭୋଟ । ନୂଆପଡାରୁ ବୁଥ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି। ଆଜି ଅପରାହ୍ନ ସୁଦ୍ଧା ବିଭିନ୍ନ ବୁଥରେ ପହଞ୍ଚିବେ ସମସ୍ତ ଟିମ୍ । ତେଣୁ ଶେଷ ହୋଇଗଲାଣି ସମସ୍ତ ପ୍ରସ୍ତୁତି । କିଭଳି ଭାବେ ସୁରକ୍ଷିତ ଭାବେ ପୋଲିଂ ପାର୍ଟି ପହଞ୍ଚିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ । ସେପଟେ ମାଓ ପ୍ରବଣ ଅଂଚଳରେ କିଭଳି EVMପହଞ୍ଚିବ ସେନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ନୂଆପଡା ଉପ ନିର୍ବାଚନ ପାଇଁ ଆଜି ମାଓ ପ୍ରବଣ ଅଞ୍ଚଳକୁ ଯାଉଛି ଇଭିଏମ୍ । ନୂଆପଡ଼ା ନିର୍ବାଚନ ମଣ୍ଡଳୀର ସୁନାବେଡ଼ା ଅଞ୍ଚଳର ଯେଉଁ ୮ ଟି ମାଓ ପ୍ରବଣ ଅଞ୍ଚଳ ଅଛି ସେହି ସ୍ଥାନକୁ ଆଜି ବାୟୁସେନାର ସ୍ଵତନ୍ତ୍ର ହେଲିକେପ୍ଟର ଯୋଗେ EVMକୁ ଏୟାର ଲିଫ୍ଟ କରାଯାଉଛି ଯେହେତୁ ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ ନାହିଁ ଓ ସମ୍ପୂର୍ଣ ମାଓ ପ୍ରବଣ ତେଣୁ EVMକୁ ଏୟାର ଲିଫ୍ଟ କରିବାପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ତେବେ କିଭଳି ସୁରକ୍ଷିତ ଭାବେ ଏୟାର ଲିଫ୍ଟ କରାଯିବ ଏନେଇ ଲାଗି ପଡ଼ିଛି ଜିଲ୍ଲା ପ୍ରଶାସନ । ନୂଆପଡା ଗୋତମା ଏୟାର ଷ୍ଟ୍ରିଫରେ ପହଞ୍ଚିଲେ ୪୦ ଜଣିଆ ପୋଲିଂ ପାର୍ଟି । ଗୋତମା ଏୟାର ଷ୍ଟ୍ରିପରୁ ମାଓ ପ୍ରବଣ ସୁନାବେଡ଼ା ଅଞ୍ଚଳକୁ ଯିବ ଟିମ । ବାୟୁ ସେନାର ସ୍ଵତନ୍ତ୍ର ବିମାନରେ ଯିବେ ଟିମ୍ । କଡା ସୁରକ୍ଷାର ଯିବ ଟିମ୍ ।

