କେସିଆରଙ୍କ ହ୍ୟାଟ୍ରିକରେ ଲାଗିପାରେ ହାତର ବ୍ରେକ୍

1 min read

ତେଲେଙ୍ଗାନା : କେସିଆରଙ୍କ ହ୍ୟାଟ୍ରିକରେ ଲାଗିପାରେ ହାତର ବ୍ରେକ୍। ଏକଜିଟ୍ ପୋଲରେ କଂଗ୍ରେସ ତେଲଙ୍ଗାନାର ଓ୍ବିନର ହେବା ନେଇ ଅନୁମାନ କରାଯାଇଛି । ତେଲଙ୍ଗାନାରେ ମୋଟ୍ ବିଧାନସଭା ଆସନ ୧୧୯ ଥିବା ବେଳେ ମ୍ୟାଜିକ୍ ନମ୍ବର ରହିଛି ୬୦। TV-CNX ରାଜ୍ୟରେ କଂଗ୍ରେସକୁ ୬୩ରୁ ୭୯ ସିଟ୍ ଓ ବିଆରଏସକୁ ୩୧ରୁ ୪୭ଟି ଆସନ ମିଳିବା ନେଇ ଅନୁମାନ କରିଛି । ଜନ୍ କି ବାତ୍ କଂଗ୍ରେସକୁ ୪୮ରୁ ୬୪, ବିଆରଏସକୁ ୪୦ରୁ ୫୫ ଓ ବିଜେପିକୁ ୭ରୁ ୧୩ଟି ଆସନ ଦେଇଛି । TV9 ଭାରତବର୍ଷ-ପୋଲଷ୍ଟାର୍ଟ ସର୍ଭେ ରିପୋର୍ଟରେ କଂଗ୍ରେସ ଓ ବିଆରଏସ୍ ମଧ୍ୟରେ ନେକ୍ ଟୁ ନେକ୍ ଫାଇଟ୍ ଦେଖିବାକୁ ମିଳିଛି ।

କଂଗ୍ରେସକୁ ୪୯ରୁ ୫୯ ଓ ବିଆରଏସକୁ ୪୮ରୁ ୫୮ସିଟ୍ ମିଳିବା ନେଇ ଆକଳନ ହୋଇଛି । ରିପବ୍ଲିକ୍ ଟିଭି-ମାଟ୍ରିଜ୍ ଏକଜିଟ୍ ପୋଲରେ କଂଗ୍ରେସକୁ ୫୮ରୁ ୬୮ ଓ ବିଆରଏସକୁ ୪୬ରୁ ୫୬ଟି ସିଟ୍ ମିଳିଛି । ରାଜ୍ୟରେ ବିଜେପି ଓ ଅଭିନେତା ପବନ କଲ୍ୟାଣଙ୍କ ଜନସେନା ଏକାଠି ନିର୍ବାଚନ ଲଢୁଛନ୍ତି । କଂଗ୍ରେସ ଓ ସିପିଆଇ ଏକାଠି ଲଢୁଛନ୍ତି ।