ଚୀନର ଚାଣକ୍ୟ କେଇ ଚି’ଙ୍କ ସହ ମୋଦିଙ୍କ ୪୫ ମିନିଟ ଆଲୋଚନା, ଗୋଟିଏ ହସ ବଦଳାଇ ଦେଲା ଭାରତ-ଚୀନ ସମ୍ପର୍କ

1 min read

ନନ୍ଦିଘୋଷ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ଗସ୍ତ କରି SCO ସମ୍ମିଳନୀରେ ଭାଗ ନେବା ସହ ଭାରତ ଫେରି ଆସିଛନ୍ତି । ହେଲେ ତାଙ୍କର ଏହି ଗସ୍ତ ବିଶ୍ବ ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଆମେରିକା ରାଷ୍ଟ୍ରପତି ଡୋନାଡ ଟ୍ରମ୍ପଙ୍କ ଟାରିଫ ପରେ ମୋଦିଙ୍କୁ SCO ସମ୍ମିଳନୀରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ଜିନପିନଙ୍କ ସହ ଯେମିତି ଦେଖିବାକୁ ମିଳିଲା ତାହା ବିଶ୍ବରେ ଏକ ନୂଆ ସମୀକରଣ ସୃଷ୍ଟିର ସଙ୍କେତ ଦେଇ ସାରିଛି । ଆଉ ଏହାସହ ଆମେରିକାର ଏକଛତ୍ରବାଦ ନୀତି ଆଗରେ ବିକଳ୍ପ ଚିଡ଼ା କରିବାର ସଙ୍କେତ ଦେଇଛି । ଏହି ଗସ୍ତ ସମୟରେ ମୋଦି ନା କେବଳ ଜିନପିଙ୍ଗଙ୍କୁ ଭେଟିଥିଲେ ତାହା ନୁହେଁ । ଚୀନର ଏମିତି ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଭେଟି ଥିଲେ ଯାହାର ଖବର ଶୁଣିବା ପରେ ହୁଏତ ଟ୍ରମ୍ପଙ୍କ ନିଦ ହଜି ସାରିଥିବ । ଆଜ୍ଞା ହଁ ମୋଦି ଚୀନର ଚାଣକ୍ୟ କୁହାଯାଉଥିବା କେଇ ଚି’ଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ।

ମୋଦି ଏବଂ କେଇଙ୍କ ଭେଟକୁ ଉଭୟ କାରତ ଓ ଚୀନ ମିଡ଼ିଆ ଜୋରସୋରରେ ପ୍ରସାରଣ କରୁଛନ୍ତି । କାରଣ ଏହା କୌଣସି ସାମାନ୍ୟ ଭେଟଘାଟ ନଥିଲା । ମୋଦିଙ୍କ ସହ ଭେଟ କରିଥିବା କେଇ ଚି ହେଉଛନ୍ତି ଚୀନର ସବୁଠୁ ଅଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଜଣେ । ତାଙ୍କୁ ଥରେ ଦେଖା କରିବାକୁ ଲୋକେ ସବୁ କିଛି କରିବାକୁ ପ୍ରସ୍ତୁତ । ଚୀନ ରାଜନୀତିରେ ସେ ସବୁଠାରୁ ଅଧିକ ଗମ୍ଭୀର ବ୍ୟକ୍ତିତ୍ବର ଲୋକ ଭାବେ ଜଣାଶୁଣା । ଏମିତି ସ୍ଥିତିରେ ମୋଦି ଏବଂ କେଇଙ୍କୁ ଏକାଠି ଦେଖାଯିବା ଭାରତ ଓ ଚୀନ ସମ୍ପର୍କରେ ଏକ ନୂଆ ଅଧ୍ୟାୟର ଆରମ୍ଭ ବୋଲି ବିବେଚନା କରାଯାଉଛି ।

କିଏ ଏହି କେଇ ଚି ?

ଜୀନ କମ୍ୟୁନିଷ୍ଟ ପାର୍ଟିର କେଇ ଚି ଏମିତି ଜଣେ ବ୍ୟକ୍ତି ଯିଏ କେବେ ହସୁଥିବା  କେହି କେବେ ଦେଖି ନାହାନ୍ତି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଡାହାଣ ହାତ ଭାବେ ଜଣେ କେଇ ଚି ବେଞ୍ଜିଂରେ ବିଦେଶ କୂଟନୀତି ପାଇଁ ସବୁଠାରୁ ଆଗରେ ରହିଥାନ୍ତି । ସାଧାରଣ ଲୋକଙ୍କ ତାଙ୍କ ପାଖରେ ପହଞ୍ଚିବା ଏକ ପ୍ରକାର ଅସମ୍ଭବ । ସେ ଦଳରେ ବହୁତ ଗୁରୁତ୍ବପୂର୍ଣ୍ଣ ପଦ ସମ୍ଭାଳି ଥାନ୍ତି । ଚୀନରେ ଜଣେ ଶକ୍ତିଶାଳୀ ଓ ପ୍ରଭାବଶାଳୀ ବ୍ୟକ୍ତି ଭାବେ ଜଣାଶୁଣା । କମ୍ୟୁନିଷ୍ଟ ପାର୍ଟିର ସଚିବାଳୟର ଉଚ୍ଚତମ ସଦସ୍ୟ ଏବଂ ପଲିଟିବ୍ୟୁରୋ ସ୍ଥାୟୀ ସମିତର ସଦସ୍ୟ ଅଛନ୍ତି । ହେଲେ ଏସବୁ ପଦଠାରୁ ଚିନପିଙ୍ଗଙ୍କ ବହୁତ ନିକଟତର ଭାବେ ସେ ଜଣାଶୁଣା ।

ମୋଦିଙ୍କ ସହ ୪୫ ମିନିଟ ଆଲୋଚନା

ମିଳିଥିବା ସୂଚନା ଅନୁସାରେ, ନିଜେ ଜିନପିଙ୍ଗ ତାଙ୍କୁ ମୋଦିଙ୍କ ସହ ଦେଖା କରିବା ଓ ଭାରତ-ଚୀନ ସମ୍ପର୍କକୁ ନେଇ ଆଲୋଚନା କରିବାକୁ କହିଥିଲେ । ଏ ଖବର ଆସିବା ପରେ ତିୟାନଜିନରେ କୂଟନୈତିକ ହଲଚଲ ଆରମ୍ଭ ହୋଇଯାଇଥିଲା । କେଇ, ମୋଦିଙ୍କ ସହ ୪୫ ମିନିଟରୁ ଅଧିକ ସମୟ ଆଲୋଚନା କରିଥିଲେ । ଏହି ସମୟରେ ଏସିଆର ଦୁଇ ଶକ୍ତିଶାଳୀ ଦେଶ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କକୁ ସାମାନ୍ୟ କରିବା ଉପରେ ଆଲୋଚନା ହୋଇଥିଲା ।

ଆଲୋଚନାର ଆରମ୍ଭରେ କେଇ ମୋଦିଙ୍କୁ କହିଥିଲ, ରାଷ୍ଟ୍ରପତି ସି ଆପଣଙ୍କୁ ମଧ୍ୟାହ୍ନ ଭୋଜନ କରାଇବାକୁ କହିଥିଲେ । ହେଲେ ପରେ ସେ ଜାଣିବାକୁ ପାଇଥିଲେ, ଆପଣ (ମୋଦି)ଙ୍କୁ ଖାଇବା, ପିଇବା ଅଧିକ ପସନ୍ଦ ନୁହେଁ । ହେଲେ ମଜାଦାର କଥା ହେଲା, ସବୁବେଳେ ଗମ୍ଭୀର ରହୁଥିବା ଓ କେବେ ହସୁ ନଥିବା କେଇ ଏହି ସମୟରେ ହସୁ ଥିବା ଦେଖିବାକୁ ମିଳିଥିଲା ।

ତେବେ ଦୁଇ ନେତାଙ୍କ ମଧ୍ୟରେ କ’ଣ ଆଲୋଚନା ହେଲା ତାହାର ତଥ୍ୟ ପ୍ରକାଶ କରାଯାଇନି । ହେଲେ ଦୁଇ ନେତାଙ୍କ ଭେଟ ବହୁତ କିଛି କହି ସାରିଛି । ଚୀନରେ କେଇ ଚିଙ୍କୁ ଯେଉଁ ପ୍ରକାର ସମ୍ମାନ ମିଳିଥାଏ ତାକୁ ଦେଖିଲେ ଜଣାପଡୁଛି, ଭାରତ-ଚୀନ ସମ୍ପର୍କ ସୁଧାରିବା କାମ ଜିନପିଙ୍ଗ ତାଙ୍କୁ ଦେଇଛନ୍ତି ।