ନନ୍ଦିଘୋଷ ବ୍ୟୁରୋ : ବୌଦ୍ଧ ଜିଲ୍ଲା ସଦର ଥାନା କାସଲପୁର ଗାଁରେ କ୍ୟାମେରାମ୍ୟାନଙ୍କୁ ହାଣି ହତ୍ୟା। ବାହାଘର ଚାଲିଥିବା ବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଭୁଜାଲି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାହାଘର ରେ ଭିଡିଓ ସୁଟିଂ ପାଇଁ ଆସିଥିବା କ୍ୟାମେରା ମ୍ୟାନକୁ ଆକ୍ରମଣ ହୋଇଛି ! ଦୁଇ ଯୁବକ ହେଲେ ବାସୁଦେବ ଝଙ୍କାର ଓ ଶାନ୍ତନୁ ଝଙ୍କାର। ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।

