BSKY ସାଜିଛି ବରଦାନ, ମାଗଣାରେ ହେଉଛି କର୍କଟ ରୋଗର ଚିକିତ୍ସା

ଜଗତସିଂହପୁର: ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଞ୍ଚିଗଲା ଜୀବନ । ବିଏସକେଓ୍ବାଇ ସାଜିଛି ବରଦାନ । ମାଗଣାରେ ହେଉଛି ବ୍ୟୟ ବହୁଳ କର୍କଟ ରୋଗର ଚିକିତ୍ସା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଜଗତସିହଂପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମୁରାରିପୁର ଗାଁର ଭ୍ରମରବର ଲେଙ୍କା । ୬ ମାସ ତଳେ ଭ୍ରମରବରଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ପୁଅ ଶୁଭ୍ରାଶୁଂ ଏବେ ଏମସିଏ କରୁଛନ୍ତି । ପରିବାରର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନାହିଁ । ଏଭଳି ସ୍ଥିତିରେ କର୍କଟ ରୋଗରେ ଆକ୍ରାନ୍ତ ହେବା ଜାଣି ଚିନ୍ତାରେ ପଡ଼ିଯାଇଥିଲେ ଭ୍ରମରବର । ଚିକିତ୍ସାପାଇଁ ଟଙ୍କା କେଉଁଠୁ ଆଣିବେ ସେନେଇ ଭାଳି ହେଉଥିଲେ । ମାତ୍ର ବିଏସକେଓ୍ବାଇର ଉପଯୋଗୀତା ଜାଣିବାପରେ ଡାକ୍ତରଖାନାରେ ଦେହ ଦେଖାଇ ଏବେ ଚିକିତ୍ସିତ ହେଉଛନ୍ତି । ସେ ପ୍ରାୟ ୭୦ ପ୍ରତିଶତ ସୁସ୍ଥ ହୋଇସାରିଲେଣି ଆଉ ଏଥିପାଇଁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହେଉନାହିଁ  । ବିଏସକେଓ୍ବାଇ ଦ୍ବାରା ନୂଆ ଜୀବନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଭ୍ରମରବର ।