ରାଜ୍ୟରେ ବଢ଼ୁଛି ଗଞ୍ଜେଇ ଚାଲାଣ, ନାଇଟ ପାଟ୍ରୋଲିଂ ସମୟରେ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ

1 min read

ଲମତାପୁଟ: ମାଛକୁଣ୍ଡ ପୋଲିସକୁ ମିଳିଛି ପୁଣି ବଡ଼ ସଫଳତା । ଏକ ଗଞ୍ଜେଇ ଭର୍ତ୍ତି ଟ୍ରକ ସହ ରାୟପୁର ଅଞ୍ଚଳର ୨ଜଣକୁ ଗିରଫ କରିଛନ୍ତି ପୋଲିସ । କୋରାପୁଟ SP ମୁକେଶ ଭାମୋ ଆନ୍ଧ୍ର ପ୍ରଦେଶ ସୀମାନ୍ତ ଏନୁଗୁ  ଅଞ୍ଚଳରୁ ଏକ ଟ୍ରକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ପାଇଥିଲେ । ଏନେଇ ନନ୍ଦପୁର SDPOଙ୍କୁ ସୂଚନା ଦେଇଥିଲେ । SP ଙ୍କ ସୂଚନା ଆଧାରରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ଗୁନେଇପଡ଼ା ଅଞ୍ଚଳରରେ ରାତ୍ରି ପାଟ୍ରୋଲିଂ କରିଥିଲେ ।

ତେବେ ରାତ୍ରି ପାଟ୍ରୋଲିଂ ସମୟରେ ଏନୁଗୁ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଗୁନେଇ ପଡ଼ା ନିକଟସ୍ଥ ଶିବ ମନ୍ଦିର ଛକରେ ଅଟକାଇଥିଲା ପୋଲିସ । ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ୍‌ । ଟ୍ରକରେ ଗଞ୍ଜେଇ ଭର୍ତି ରହିଥିବା ନେଇ ପୋଲିସ ୨ଜଣକୁ ଅଟକ ରଖି ମାଛକୁଣ୍ଡ ଥାନାକୁ ଆଣିଥିଲେ । ପରେ ଜବତ ଟ୍ରକରୁ ୧୬ଟି ବ୍ୟାଗରୁ ପ୍ରାୟ ୩୨୧କେଜି ୮ଶହ ଗ୍ରାମ  ଗଞ୍ଜେଇ ରହିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା ।

ରାୟପୁର ଅଞ୍ଚଳର ବିପିନ ମିଶ୍ରା ଓ ଅରୁଣ ଦୁବେ ନାମକ ୨ଜଣ ଡ୍ରାଇଭରକୁ ମଧ୍ୟ ପୋଲିସ ଗିରଫ କରିଥିଲା । ଜବତ ଗଞ୍ଜେଇ ଆନ୍ଧ୍ରପ୍ରଦେଶ ଏନୁଗୁ ଅଞ୍ଚଳରୁ ଲମତାପୁଟ, ଜୟପୁର, ରାୟପୁର ଦେଇ ଉତ୍ତର ପ୍ରଦେଶ  ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ନେଇ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଜବତ ଗଞ୍ଜେଇର ଆନୁମାନିମ ମୂଲ୍ୟ ୩୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।

Leave a Reply