ମଦ୍ୟପ ଡ୍ରାଇଭରଙ୍କ ସିରିଜ ଦୁର୍ଘଟଣା, କାର ଜାଳିଦେଲେ ଉତ୍ୟକ୍ତ ଲୋକେ

ଭୁବନେଶ୍ୱର: ରାଜଧାନୀରେ ଘଟିଛି ସିରିଜ ଦୁର୍ଘଟଣା । ମଦ୍ୟପାନ କରି ଘଟାଇଲେ ଦୁର୍ଘଟଣା । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ନୁହେଁ ଏକାଧିକ ସ୍ଥାନରେ ଦୁର୍ଘଟଣା ଘଟାଇଛନ୍ତି ଜଣେ ମଦପ୍ୟ ଡ୍ରାଇଭର । ପରେ ଦୁର୍ଘଟଣା ଘଟେଇଥିବା କାରକୁ ଜାଳି ଦେଇଛନ୍ତି ସ୍ଥାନୀୟ ଲୋକେ । ଲିଙ୍ଗରାଜ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା ।

କାର ଚାଳକ ମଦ୍ୟପାନ କରି ଦୁର୍ଘଟଣା ଘଟାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଲୋକେ ତାକୁ ଅକ୍ତିଆର କରିଥିଲେ । କାର ଚାଳକ ଓ ବସିଥିବା ବ୍ୟକ୍ତିଙ୍କୁ ଲୋକେ ନିର୍ଧୁମ ଛେଚିଥିଲେ । କାର ଜାଳିବା ପରେ ଘଟଣା ସ୍ଥଳରେ ପହଁଚିଥିଲା ଫାୟାର ଟିମ । ପ୍ରାୟ ସେତେବେଳକୁ କାରଟି 90 ପ୍ରତିଶତ ଜଳି ଯାଇଥିଲା ।

ଲିଙ୍ଗରାଜ ଥାନା ପୋଲିସ ପହଂଚି କାର ଚାଳକ ଓ ଅନ୍ୟ ବ୍ୟକ୍ତିଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଚାଳକ ଓ ବ୍ୟକ୍ତି ଜଣକ ହେଲେ କେନ୍ଦ୍ରାପଡା ଓ ଯାଜପୁରର ଅଞ୍ଚଳର | ପୁରୀରୁ ଫେରୁଥିବା ବେଳେ ନିଶା ସେବନ କରି ଭୁବନେଶ୍ବରରେ 4ଟି ଜାଗାରେ ଦୁର୍ଘଟଣା ଘଟାଇଥିଲେ | ସଂପୁକ୍ତ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ ।

Leave a Reply