ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍‌, ୨ ମୃତ ୩ ଗୁରୁତର

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍‌। ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀ ମୃତ ଓ ୩ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ମନ୍ଦାର ଗାଁର ସୁରେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ। ସୂଚନା ଅନୁସାରେ ରାଉଲକେଲାରେ ରହୁଥିବା ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଖବର ପାଇ ସୁରେନ୍ଦ୍ର ତାଙ୍କ ପତ୍ନୀ ଓ ସମ୍ପର୍କୀୟ ମାନଙ୍କ ସହ ଗତକାଲି ରାତିରେ ଏକ କାର ଯୋଗେ ରାଉଲକେଲା ଯାଉଥିଲେ।

ଭୋର ସମୟରେ ଭାରସାମ୍ୟ ହରାଇ ଚାରିଛକ ନିକଟରେ କାର୍‌ଟି ଗଛରେ ପିଟି ହୋଇଥିଲା। ଘଟଣା ସ୍ଥଳରେ ହିଁ ଉଭୟ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ଚାରିଛକ ସ୍ଥିତ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଛି। ପୁରୁଣାକଟକ ପୋଲିସ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।

Leave a Reply