ଆରମ୍ଭ ହେଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି, ଝୁଲି ଝୁଲି ରଥକୁ ଆସୁଛନ୍ତି ଶ୍ରୀଜିଉ

1 min read

ପୁରୀ: ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ ଆରମ୍ଭ ହୋଇଛି ପହଣ୍ଡି ବିଜେ । ଶ୍ରୀସୁଦର୍ଶନଙ୍କ ପହଣ୍ଡି ପରେ ଗୋଟି ପହଣ୍ଡିରେ ବଡ଼ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଆଉ କାଳିଆ ସାଆନ୍ତ ରଥରେ ବିରଜମାନ କରିବେ । ପ୍ରବଳ ଭକ୍ତର ସମାଗମରେ ବଡ଼ ଦାଣ୍ଡ ଲୁଚିଯାଉଥିଲା ।

କିନ୍ତୁ ଆଜି ମହାପ୍ରଭୁମାନେ ଦେଖିବେ ଖାଲି ପଡ଼ିଥିବା ତାଙ୍କ ବଡ଼ଦାଣ୍ଡର ଅସରନ୍ତି ରାସ୍ତା । ଯଦିଓ ଏହି ଯାତ୍ରା କିଛି ସମୟରେ ସରିଯିବ କିନ୍ତୁ ଭାବ ବିନୋଦିଆକୁ ନିଶ୍ଚେ ଅସରନ୍ତି ବାଟ ଭଳି ଲାଗିବ ।

କାହିଁ କେତେ ଭକ୍ତ ଦୁଃଖ ବୁଝୁଥିଲା ସେ ବଡ଼ ଦାଣ୍ଡରେ କିନ୍ତୁ ଆଜି କେହି ବି ଭକ୍ତ ନାହାଁନ୍ତି ତାକୁ ପାଛୋଟି ନେବାକୁ । ତାଙ୍କୁ ସବୁ ଆଜି ଖାଁ ଖାଁ ଲାଗୁଥିବ ନିଶ୍ଚେ । କିଛି ସମୟ ପରେ ବଡ଼ ଠାକୁରଙ୍କ ବଡ଼ ଯାତ୍ରା ଆରମ୍ଭ ହେବ ।  ଭାବ ବିନୋଦିଆର ଭାବ ବୁଝିବାକୁ ନାହାଁନ୍ତି ଭକ୍ତ । ସକାଳ ୧୦ଟାରେ ପହଣ୍ଡି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଦିନ ୧୦ଟାରୁ ୧୦ଟା ୩୦ ମଧ୍ୟରେ ମଦନ ମୋହନ ବିଜେ, ୧୦ଟା ୩୦ରୁ ୧୧ଟା ମଧ୍ୟରେ ଚିତାଲାଗି, ୧୧ଟାରୁ ୧୧ଟା ୩୦ ମଧ୍ୟରେ ବେଶ ଶେଷ କରିବାକୁ ନୀତି ନିର୍ଘଣ୍ଟ କରାଯାଇଛି ।

୧୧ଟା ୩୦ରୁ ୧୨ଟା ୧୫ ଭିତରେ ଛେରାପହଁରା କରାଯିବ । ଛେରାପହଁରା ପରେ ରଥଟଣା ପାଇଁ ନୀତିନିର୍ଘଣ୍ଟ ହୋଇଛି । ପୁରୀରେ ଗତକାଲି ରାତିରୁ କର୍ଫ୍ୟୁ ଲାଗୁ ହୋଇଥିବାରୁ ସମସ୍ତେ ଘରେ ରହି ଟେଲିଭିଜନ ମାଧ୍ୟମରେ ଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

https://youtu.be/uoST26J1uf0

Leave a Reply