ତାଜା ଖବର ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଛେଦକୁ ନେଇ ରାଜନୀତି । କଂଗ୍ରେସ ଓ ବିଜେପି ନେତାଙ୍କ ସମେତ ଏକାମ୍ର ସାଂସ୍କୃତିକ ପରିଷଦର ବିକ୍ଷୋଭ ପ୍ରଦର୍ଶନ । ଲିଙ୍ଗରାଜ ଥାନା ସମ୍ମୁଖରେ ଧାରଣା । ଥଇଥାନ ପରେ ଉଛେଦ ଦାବି । ଉଛେଦ ନାମରେ ପୁରୁଣା ଭୁବନେଶ୍ୱରର ବ୍ୟବସାୟୀ ମାନଙ୍କୁ ହଇରାଣ ଅଭିଯୋଗ । December 10, 2019
ତାଜା ଖବର ଧର୍ମଗଡ଼: କୋକସରା ବ୍ଲକ ଇନ୍ଦିରାବତୀ ଉଚ୍ଚବିଦ୍ୟାଳରେ ଶିକ୍ଷକ ନିଯୁକ୍ତି ଦାବି । କୁସୁମଖୁଣ୍ଟିରେ ଜାତୀୟ ରାଜପଥ-୨୬ ଅବରୋଧ କଲେ ଛାତ୍ରଛାତ୍ରୀ ଓ ଅବିଭାବକ । ଜୟପୁର-ଭବାନୀପାଟଣା ମଧ୍ୟରେ ଯାତାୟତ ଠପ୍ । December 10, 2019
ତାଜା ଖବର ଭଦ୍ରକ: ଚରମ୍ପା ସ୍ଥିତ ସିଆରଏସ.ଆର ଅନ୍ଧ,ମୂକ ପିଲାମାନଙ୍କ ସହ ମଧ୍ୟାହ୍ନ ଭୋଜନ କଲେ 5T ସଚିବ ଭି.କେ ପାଣ୍ଡିଆନ୍ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର । December 10, 2019
ତାଜା ଖବର ଜଳେଶ୍ୱର: ୬୮ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ । ଜଳେଶ୍ୱର ଥାନା ରାଜପୁର ବସ୍ତିରେ ମିଳିତ ଚଢ଼ାଉ କରି ଧରିଲା ଅବକାରୀ ବିଭାଗ ଓ ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା । ରାଜପୁର ବସ୍ତିର ଆବାସ ଖାନ ଗିରଫ । December 10, 2019
ତାଜା ଖବର ପୁରୀ : ବଦଳିବ ସ୍ୱର୍ଗଦ୍ୱାରର ରୂପରେଖ ହେବ ନବକଳେବର। ଏଥିପାଇଁ ଆଜି ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱର୍ଗଦ୍ୱାର ଭିତରେ ଥିବା ପୁରୁଣା ଗୃହ ଗୁଡିକ ଭଙ୍ଗା ଯାଉଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବାହିନୀ ମୁତୟନ ହୋଇଛନ୍ତି । ଘୋଷଣା ମୁତାବକ ସ୍ୱର୍ଗଦ୍ୱାର ଉନ୍ନତି ନେଇ ଖର୍ଚ୍ଚ ହେବ ପାଞ୍ଚ କୋଟି ଟଙ୍କା। December 10, 2019
ତାଜା ଖବର ମୟୂରଭଞ୍ଜ : ବିଶୋଇ ଅଞ୍ଚଳରେ ଅଭାବନୀୟ ଘଟଣା। ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଗୁଳିମାଡ଼ । ଗୁଳିମାଡ଼ରେ ମହିଳା ଗୁରୁତର ଆହତ। ବାରିପଦା ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି । ଗୁରୁତର ମହିଳା ଜଣକ ହେଲେ ବିଶୋଇ ଥାନା ତଲକବାଦି ଗାଁର ମାଇନୋ ହେମ୍ୱ୍ରମ୍। December 9, 2019
ତାଜା ଖବର ମୟୂରଭଞ୍ଜ : ବାରିପଦା ସଦର ଥାନା ଜ୍ୟୋତିପୁର ଜଙ୍ଗଲ ରାସ୍ତାରେ ବିଳମ୍ବିତ ରାତିରେ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ । ଇଟାମୁଣ୍ଡିଆ ଗାଁର ଗୌତମ ମହାନ୍ତ ଓ ଅଜିତ ମହାନ୍ତ ହାତିକୋଟ ଗାଁକୁ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ରାତି ୧୨ଟାରେ ଘରକୁ ଫେରୁଥିବା ବେଳେ, ଦୁର୍ଘଟଣା ଘଟିଥିଲା। December 9, 2019
ତାଜା ଖବର ନବରଙ୍ଗପୁର : ପାପଡ଼ାହାଣ୍ଡି ଥାନା ମୈଦଲପୁର ଜଙ୍ଗଲରୁ କ୍ଷତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ନାକଟିଗୁଡା ପଞ୍ଚାୟତ ଝାଡ଼କୁସୁମୀ ଗାଁର ରାମ ଭତ୍ରାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ଗୁରବାର ସନ୍ଧ୍ୟାରେ ରାମଙ୍କୁ କିଛି ସାଙ୍ଗ ଘରୁ ଡାକି ନେଇଥିଲେ । ଏହାପରେ ରାମ ଆଉ ଘରକୁ ଫେରି ନଥିଲେ । December 9, 2019
ତାଜା ଖବର ନୂଆଦିଲ୍ଲୀ: ଲୋକସଭାରେ ନାଗରିକତ୍ୱ ସଂଶୋଧନ ବିଲ୍ ଆଗତ । ବିଲ୍ ଆଗତ ସପକ୍ଷରେ ୨୯୩ ଜଣ ସଦସ୍ୟଙ୍କ ସମର୍ଥନ, ବିପକ୍ଷରେ ୮୨ ଭୋଟ୍ । December 9, 2019
ତାଜା ଖବର ନୂଆଦିଲ୍ଲୀ: ଅଲିମ୍ପିକ୍ସରୁ ୪ ବର୍ଷ ପାଇଁ ବାଦ୍ ପଡ଼ିଲା ରୁଷ । ୪ ବର୍ଷ ପାଇଁ ବ୍ୟାନ କଲା ୱାର୍ଲଡ ଆଣ୍ଟି ଡପିଙ୍ଗ ଏଜେନ୍ସି (ୱାଡା) । December 9, 2019