ତାଜା ଖବର ଶ୍ରୀନଗର : ଜମ୍ମୁ ଓ କଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ଭାବେ ଶପଥ ନେଲେ ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ । ଜମ୍ମୁ ଓ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୀତା ମିତ୍ତଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ । ଗିରୀଶଙ୍କ ଘର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ । ସେ ୧୯୮୫ ଗୁଜରାଟ କ୍ୟାଡର IAS ଅଧିକାରୀ । October 31, 2019 ')}
ତାଜା ଖବର ସଂସଦୀୟ ସ୍ୱାଧୀକାର କମିଟି ସଦସ୍ୟ ଭାବେ ନିଯୁକ୍ତି ପାଇଲେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର । October 31, 2019 ')}
ତାଜା ଖବର କଳାହାଣ୍ଡି: କପା ତୋଳି ଘରକୁ ଫେରୁଥିବା ବେଳେ ରାସ୍ତାରେ ବଜ୍ରପାତ । ଭବାନୀପାଟଣା ଥାନା ଆଧମୁଣ୍ଡା ଗାଁର ଅମିତ ପ୍ରଧାନ ମୃତ । October 31, 2019 ')}
ତାଜା ଖବର ଭୁବନେଶ୍ୱର: ରାଜ୍ୟ ସରକାର ଏବଂ ଜେ-ପଲ୍ (ଅବଦୁଲ୍ ଲତିଫ୍ ଜମିଲ୍ ପୋଭର୍ଟି ଆକ୍ସନ୍ ଲାବ୍) ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ଜେ-ପଲ୍ ଦକ୍ଷିଣ ଏସିଆ ପକ୍ଷରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶୋଭିନୀ ମୁଖାର୍ଜୀ ବୁଝାମଣାପତ୍ରରେ ସ୍ୱାକ୍ଷର କଲେ। October 31, 2019 ')}
ତାଜା ଖବର ଭୁବନେଶ୍ୱର : ଦାରିଦ୍ର୍ୟ ଦୂରିକରଣ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା କାର୍ଯ୍ୟକ୍ରମର ସୁଫଳ ଯେପରି ସର୍ବାଧିକ ହିତାଧିକାରୀ ପାଇପାରିବେ, ସେ ଦିଗରେ ଉଭୟ କାର୍ଯ୍ୟକରିବେ। ଶ୍ରମ, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ତଥ୍ୟ ସଂଗ୍ରହ କରି ତାର ମୂଲ୍ୟାୟନ କରାଯିବ। October 31, 2019 ')}
ତାଜା ଖବର ମହାରାଷ୍ଟ୍ର: ସର୍ବସମ୍ମତ କ୍ରମେ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେଲେ ଦେବେନ୍ଦ୍ର ଫଡନବିସ । ପ୍ରତିକ୍ରିୟାରେ କହିଲେ, ସେନାକୁ ସାଙ୍ଗରେ ନେଇ ଶପଥ ନେବୁ । October 30, 2019 ')}
ତାଜା ଖବର ନୂଆଦିଲ୍ଲୀ : INX ମିଡିଆ ମାମଲା, ସ୍ୱାସ୍ଥ୍ୟଗତ କାରଣରୁ ଦିଲ୍ଲୀ ହାଇକୋର୍ଟରେ ଅନ୍ତରୀଣ ଜାମିନ୍ ଆବେଦନ କଲେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ୱରମ୍ । ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଜାମିନ୍ ଦେବାକୁ ଆବେଦନ । October 30, 2019 ')}
ତାଜା ଖବର ଗଞ୍ଜାମ: ଗଞ୍ଜାମ ଥାନା ଅଗସ୍ତି ନୂଆଗାଁ ନିକଟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ‘ସିଲକ ସିଟି’ ବସ୍ ଦୁର୍ଘଟଣାଗ୍ରସ୍ତ । ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨୦ ଆହତ, ଜଣଙ୍କ ଅବସ୍ଥା ସଙ୍କଟାପନ୍ନ । ଆହତମାନେ ଗଞ୍ଜାମ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି । October 30, 2019 ')}
ତାଜା ଖବର ରାଜ୍ୟର ୧୩ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଭିତ୍ତିଭୂମିର ଅନୁଧ୍ୟାନ ପାଇଁ ୧୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ଦାୟିତ୍ୱ। ସୁରେଶ ମହାପାତ୍ରଙ୍କୁ ସୁନ୍ଦରଗଡ଼ ହସ୍ପିଟାଲ ଓ ଭିଏସଏସ ମେଡିକାଲ୍ କଲେଜ ଦାୟିତ୍ୱ। ପ୍ରଦୀପ୍ତ ମହାପାତ୍ରଙ୍କୁ ବାଲେଶ୍ୱର ଓ ବ୍ରହ୍ମପୁର ମେଡିକାଲ୍ କଲେଜ ଦାୟିତ୍ୱ। October 30, 2019 ')}
ତାଜା ଖବର ଜଗତସିଂହପୁର ପାରାଦୀପରେ PICT କମ୍ପାନୀରେ ଫୋରକ୍ଲିପ ମେସିନ ଚାପାରେ ଶ୍ରମିକ ଗୁରୁତର, କଟକ ସ୍ଥାନାନ୍ତରିତ, ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି October 30, 2019 ')}