ତାଜା ଖବର ବାଲେଶ୍ୱର: ପୁଣି ଥରେ ବ୍ରହ୍ମୋସ ମିଜାଇଲର ହେଲା ବ୍ୟାବହାରିକ ପରୀକ୍ଷଣ । ସୁଖୋଇ M-30 ଯୁଦ୍ଧ ବିମାନରୁ ହେଲା ପରୀକ୍ଷଣ । ଆକାଶରୁ ଭୂପୃଷ୍ଠକୁ କଲା ଟାର୍ଗେଟ୍ । December 17, 2019
ତାଜା ଖବର ଭୁବନେଶ୍ୱର: ପ୍ରାକ୍ ବଜେଟ ପ୍ରସ୍ତୁତି ନେଇ ମତାମତ ଲୋଡ଼ିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । [email protected]ରେ ମେଲ୍ ଓ ୯୪୩୮୧୬୧୧୧୧ ହ୍ୱାଟ୍ସଆପରେ ୧୮ ଡିସେମ୍ବରରୁ ୧୫ ଜାନୁଆରୀ ମଧ୍ୟରେ ଦେଇହେବ ମତାମତ । ଫେବ୍ରୁଆରୀ ପ୍ରଥମ ସପ୍ତାହରେ କେନ୍ଦ୍ରୀୟ ବଜେଟ ପରେ ଦ୍ଵିତୀୟ କିମ୍ଵା ତୃତୀୟ ସପ୍ତାହରେ ଆସିବ ରାଜ୍ୟ ବଜେଟ। December 17, 2019
ତାଜା ଖବର ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ୮ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ନୂଆ କୃଷି ନୀତି (ସମ୍ରିଦ୍ଧି)କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ । December 17, 2019
ତାଜା ଖବର ଭୁବନେଶ୍ୱର: ଆର୍.ଆଇ ଓ ଏ.ଆର୍.ଆଇ ପରୀକ୍ଷା ଅଲଗା ଅଲଗା ହେବ । ଆଉ ଶାରିରୀକ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । December 17, 2019
ତାଜା ଖବର ଭୁବନେଶ୍ୱର: ଢେଙ୍କାନାଳ ପଲି ଫାଇଭର କମ୍ପାନୀର ଡ୍ୟୁଟିଛାଡ଼ ନିଷ୍ପତ୍ତି । ୨ କୋଟି ୧୫ ଲକ୍ଷ ଷ୍ଟାମ୍ପ ଡ୍ୟୁଟି ଛାଡ଼କୁ କ୍ୟାବିନେଟ୍ ଅନୁମୋଦନ । ସରକାରୀ ଅଧ୍ୟାପକଙ୍କ ଆବେଦନ ବୟସ ସୀମା ୪୮ ବର୍ଷକୁ ବୃଦ୍ଧି । December 17, 2019
ତାଜା ଖବର ପୁରୀ: ଆସନ୍ତାକାଲି ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ବନକ ଲାଗି ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଦିନ ୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ୪ ଘଣ୍ଟା ଧରି ଦର୍ଶନ ବନ୍ଦ ରହିବ । December 17, 2019
ତାଜା ଖବର ନୂଆଦିଲ୍ଲୀ : ପୂର୍ବତନ ବିଜେପି ବିଧାୟକ ତଥା ଉନ୍ନାଓ ଦୁଷ୍କର୍ମ ଘଟଣାର ମୁଖ୍ୟ ଦୋଷୀ ସେନଗରକୁ ଅଧିକରୁ ଅଧିକ ଦଣ୍ଡ ଦେବାକୁ କୋର୍ଟରେ ସିବିଆଇର ନିବେଦନ। ଏ ଘଟଣାରେ ବ୍ୟବସ୍ଥା ବିରୋଧରେ ନ୍ୟାୟ ପାଇଁ ଜଣଙ୍କ ବ୍ୟକ୍ତିଗତ ଲଢ଼େଇ ଥିବାରୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ସିବିଆଇର ନିବେଦନ । December 17, 2019
ତାଜା ଖବର ଚଣ୍ଡିଖୋଲ: ଏନ୍ଏଚ୍-୫୩ ଖୋସାଲିପୁର ପୋଲ ନିକଟରେ ଦୁର୍ଘଟଣା । ଟ୍ରକ୍ ଚାପାରେ ସ୍କୁଟି ଆରୋହୀ ମୃତ । ମୃତକ ବାରବାଟୀ ଅଞ୍ଚଳର ଅନିତା ସାହୁ । ଘଟଣାସ୍ଥଳରେ ଚାପା ଉତ୍ତେଜନା, ଏନ୍ଏଚ୍ ଅବରୋଧ । December 17, 2019
ତାଜା ଖବର ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ଓ ଅପହରଣ ମାମଲା । ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗାର ଦୋଷୀ ସାବ୍ୟସ୍ତ । ଆସନ୍ତା ୧୯ ତାରିଖରେ ରାୟ ଶୁଣାଇବେ ଦିଲ୍ଲୀ ତିସ୍ ହଜାରୀ କୋର୍ଟ । December 16, 2019
ତାଜା ଖବର ରାଞ୍ଚି: ଝାଡ଼ଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ମତଦାନ ଆରମ୍ଭ । ୧୫ଟି ଆସନରେ ହେଉଛି ମତଦାନ । December 16, 2019