ତାଜା ଖବର ସମ୍ବଲପୁର: ଯୁଜୁମୁରାରେ ଭୟଙ୍କର ଦୁର୍ଘଟଣା । ଟ୍ରକ୍- ଗ୍ୟାସ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଜୀଅନ୍ତା ଜଳିଗଲେ ୨ ଗାଡ଼ିର ଡ୍ରାଇଭର । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ । December 14, 2019
ତାଜା ଖବର ପାରାଦୀପ: ଗଡ଼ ବଜାରରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୩ଟି ଦୋକାନ । ଗ୍ୟାସ୍ ଲିକ୍ କିମ୍ବା ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । December 14, 2019
ତାଜା ଖବର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା । ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ମୟଙ୍କ ଅଗ୍ରୱାଲ, କେଏଲ୍ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ଥ(ୱିକେଟ କିପର), କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର । December 14, 2019
ତାଜା ଖବର ମୁମ୍ବାଇ: ଅସୁସ୍ଥତା ପାଇଁ ଭୁବନେଶ୍ୱର କୁମାରଙ୍କ ବଦଳରେ ଟିମରେ ସ୍ଥାନ ପାଇଲେ ଶାର୍ଦୁଲ ଠାକୁର । December 14, 2019
ତାଜା ଖବର ଭୁବନେଶ୍ୱର : ନାଗରିକତା ସଂଶୋଧନ ବିଲ୍-୨୦୧୯ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ ପରେ ରାଜ୍ୟରେ ସଦଭାବନା ବଜାୟ ରଖିବାକୁ ବିଭିନ୍ନ ମୁସଲମାନ୍ ସଂପ୍ରଦାୟର ନେତାଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାନୀୟ ବିଧାୟକଙ୍କ ନେତୃତ୍ୱରେ ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁରର ମୁସଲିମ୍ ନେତା ଲୋକସେବା ଭବନରେ ପହଞ୍ଚିଛନ୍ତି। December 13, 2019
ତାଜା ଖବର ଆନ୍ଧ୍ରପ୍ରଦେଶ : ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ପାଇଁ ଫାଶୀ ଦଣ୍ଡାଦେଶ ନେଇ ନୂଆ ଆଇନ୍ ଆଣିଲେ ଆନ୍ଧ୍ରପ୍ରଦେଶ ସରକାର। ବିଧାନସଭାରେ ପାସ୍ ହେଲା ଐତିହାସିକ ଆନ୍ଧ୍ରପ୍ରଦେଶ ଦିଶା ବିଲ୍-୨୦୧୯। ନୂଆ ଆଇନ୍ ଅନୁସାରେ ଦୁଷ୍କର୍ମକାରୀଙ୍କ ବିଚାର ୨୧ ଦିନରେ ଶେଷ କରି ଫାଶୀ ଦଣ୍ଡ ଦିଆଯିବ । December 13, 2019
ତାଜା ଖବର କଟକ : ଲାଲବାଗ ପୋଲିସ ହାତରେ ଧରାପଡିଲେ ଆନ୍ତଜିଲ୍ଲା ବାଇକ୍ ଲୁଟେରା ଗ୍ୟାଙ୍ଗ । ସେମାନଙ୍କଠାରୁ ୧୫ଟି ବାଇକ୍ ସହ ଦୁଇଟି ମାଷ୍ଟର ଚାବି, ମୋବାଇଲ ଫୋନ୍ ଜବତ । ଏମାନେ ଖୋର୍ଦ୍ଧା, ପୁରୀ, ଭୁବନେଶ୍ୱର, କଟକ ପ୍ରଭୃତି ଅଞ୍ଚଳରୁ ବାଇକ ଚୋରି କରି ବାହାରେ ବିକ୍ରୀ କରୁଥିଲେ । December 13, 2019
ତାଜା ଖବର ଭୁବନେଶ୍ୱର : ୨୦ ଛାତ୍ରଛାତ୍ରୀ ପାଇଲେ ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ ପୁରସ୍କାର। ଟାଟା ଷ୍ଟିଲ୍ ପକ୍ଷରୁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କଲେ। ଏମାନେ ଆସନ୍ତା ବର୍ଷ ମେ ମାସରେ ଇସ୍ରୋ ଯିବାକୁ ମନୋନୀତ ହୋଇଛନ୍ତି। December 13, 2019
ତାଜା ଖବର ରାଉରକେଲା : ଓଡ଼ିଶା ହକି ବିଶ୍ୱକପ୍-୨୦୨୩ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ଓ ହକି ଇଣ୍ଡିଆର ଅଧିକାରୀ ରାଉରକେଲା ଗସ୍ତ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ୟେଦ୍ଦୁଲା ବିଜୟଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ହକି ବିଶ୍ୱକପର କିଛି ମ୍ୟାଚ୍ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବାରୁ ଏନେଇ ସେମାନେ ବିଭିନ୍ନ ସ୍ଥାନ ବୁଲିଥିଲେ। December 13, 2019