ତାଜା ଖବର ଢ଼ାକା : ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ୍ ମୋମେନ୍ ତାଙ୍କର ଭାରତ ଗସ୍ତ ବାତିଲ୍ କରିଥିବା ସୂଚନା । ଡିସେମ୍ବର ୧୨ରୁ ୧୪ ଯାଏଁ ଭାରତ ଗସ୍ତରେ ଆସିଥାନ୍ତେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ । December 12, 2019
ତାଜା ଖବର ସୁବର୍ଣ୍ଣପୁର : ସଦର ଥାନା ମଲ୍ଲିକମୁଣ୍ଡା ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ପଡ଼ି ୨ ଶିଶୁକନ୍ୟା ମୃତ। ସକାଳ ୧୧ ଟାରୁ ଗାଁର ନୃପ ଲୁହାଙ୍କ ଝିଅ ରାକ୍ଷୀ ଓ ଉଗ୍ରସେନ ମହାନନ୍ଦଙ୍କ ଝିଅ ପିଙ୍କି ନିଖୋଜ ଥିଲେ । ବହୁ ଖୋଜା ଖୋଜି ପରେ ଶିଶୁକନ୍ୟାଙ୍କ ମୃତଦେହ ପୋଖରୀରୁ ମିଳିଥିଲା। December 12, 2019
ତାଜା ଖବର ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ୟାକେଜ ଘୋଷଣା । ୬୬ ଏକର ପରିବ୍ୟାପ୍ତ ଅଞ୍ଚଳ ପାଇଁ ସରକାରଙ୍କ ଏକାମ୍ର କ୍ଷେତ୍ର ଯୋଜନା। ଲିଙ୍ଗରାଜ ମନ୍ଦିର ସାମ୍ନାରେ ଉଦ୍ୟାନ ସହ ଏହାର ସୌନ୍ଦର୍ଯ୍ୟକରଣ ହେବ। ଉଠା ଦୋକାନୀଙ୍କୁ ଦୁଇଟି କିସ୍ତିରେ ଦିଆଯିବ ୩୦ ହଜାର ଟଙ୍କା । December 12, 2019
ତାଜା ଖବର ନୂଆଦିଲ୍ଲୀ: ରାଜ୍ୟସଭାରେ ନାଗରିକ ସଂଶୋଧନ ବିଲ୍ ଆଗତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଲ୍ ପୂର୍ବରୁ ଲୋକସଭାରେ ପାରିତ ହୋଇଛି । December 11, 2019
ତାଜା ଖବର ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଚାରିପଟୁ ଜବରଦଖଲ ଉଛେଦ ପ୍ରସଙ୍ଗ । ବିଏମସି କମିଶନର ସହ ମନ୍ଦିର ବ୍ରାହ୍ମଣ ନିଯୋଗ ସମିତି, ବ୍ୟବସାୟୀ ସଙ୍ଗଠନ, ବିଧାୟକ ସୁର ରାଉତରାୟ, ବିଜେପି ନେତାଙ୍କ ବୈଠକ । ଉଛେଦ ଜାରି ରହିବ ବୋଲି ସ୍ପଷ୍ଟ କଲେ ବିଏମସି କମିଶନର । ବିସ୍ଥାପିତଙ୍କୁ ଥଇଥାନ ନେଇ ବ୍ଲୁ ପ୍ରିଣ୍ଟ ଘୋଷଣା ହେବ । December 11, 2019
ତାଜା ଖବର ଭୁବନେଶ୍ୱର: ଗ୍ୟାରେଜ ଛକ ନିକଟରେ ବେଆଇନ୍ ୩ ମହଲା ଘରକୁ ଭାଙ୍ଗିଲା ବିଡିଏର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । ୨ଟି ବୁଲଡୋଜର ଲଗାଯାଇ ଉଚ୍ଛେଦ । ପୂର୍ବରୁ ଉଚ୍ଛେଦ ନେଇ ନୋଟିସ୍ କରିଥିଲା ବିଡିଏ । ପୋଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ଜାରି । December 11, 2019
ତାଜା ଖବର ଅନୁଗୁଳ: ବଅଁରପାଳ ହାଟ ନିକଟରେ ନାଲକୋର ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ଦାମନଯୋଡ଼ିରୁ ନାଲକୋ ସ୍ମେଲଟର ପ୍ଲାଣ୍ଟକୁ ଆଲୁମିନା ଆଣୁଥିବା ବେଳେ ଟ୍ରାକରୁ ଇଞ୍ଜିନ୍ ସହ ଖସିଲା ୩ଟି ବଗି । December 11, 2019
ତାଜା ଖବର ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ । ମହାନଦୀ ଜଳ ବିବାଦ ମାମଲାରେ ରଖିଲେ ପ୍ରତିକ୍ରିୟା । ୨ ରାଜ୍ୟର ହିତ ପାଇଁ ଆଲୋଚନା ମାଧ୍ୟମରେ ସମାଧାନ ହେବ । December 11, 2019
ତାଜା ଖବର ନୂଆଦିଲ୍ଲୀ: ହାଇଦ୍ରାବାଦ ଏନକାଉଣ୍ଟରର ଯାଞ୍ଚ କରିବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି । ପୁଣି ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ମାମଲାର ଶୁଣାଣି । December 11, 2019
ତାଜା ଖବର ଜଗତସିଂହପୁର : କୁଜଙ୍ଗରେ ଏକ ହତ୍ୟାକାଣ୍ଡରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଏଡିଜେ କୋର୍ଟ । ୬ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା । କୁଜଙ୍ଗ ପୋଲିସ ସମସ୍ତଙ୍କୁ ଗିରଫ କରିଥିଲା December 11, 2019