ତାଜା ଖବର ଭୁବନେଶ୍ୱର : ଡିସେମ୍ବର ୫ ତାରିଖରୁ ଆରମ୍ଭ ହେବ ମିଶନ୍ ଶକ୍ତି ମେଳା । ପ୍ରଦର୍ଶନୀ ପଡ଼ିଆରେ ୩୦ ଜିଲ୍ଲାରୁ ୨୫୧ ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଗ ଦେବେ । ଡିସେମ୍ୱର ୧୬ ପର୍ଯ୍ୟନ୍ତ ଏହା ଜାରି ରହିବ । ମିଶନ୍ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ସୂଚନା December 3, 2019
ତାଜା ଖବର ନୂଆଦିଲ୍ଲୀ: ବାତ୍ୟା ‘ବୁଲବୁଲ୍’ ସହାୟତା ଅର୍ଥ ଦେଲା କେନ୍ଦ୍ର । ଓଡ଼ିଶାକୁ ୫୫୨ କୋଟି ଓ ପଶ୍ଚିମବଙ୍ଗକୁ ୪୧୪.୯୦ କୋଟି ଟଙ୍କା ଏସଡିଆରଏଫ୍ ଫଣ୍ଡରୁ ପ୍ରଦାନ । December 3, 2019
ତାଜା ଖବର ନୂଆଦିଲ୍ଲୀ : ସ୍ୱତନ୍ତ୍ର ସୁରକ୍ଷା ବଳ ସଂଶୋଧିକ ବିଲ୍ ୨୦୧୯ ରାଜ୍ୟସଭାରେ ପାସ୍ । ଗୃହମନ୍ତ୍ରୀ ଅମିତ ଶାହା କହିଲେ, ଏସପିଜି କାହାର ଷ୍ଟାଟସ୍ ସଙ୍କେତ ନୁହେଁ । December 3, 2019
ତାଜା ଖବର ଭୁବନେଶ୍ୱର : ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ । ଯୋଗଦେଲେ ଭାରପ୍ରାପ୍ତ ପୋଲିସ ଡିଜି ସତ୍ୟଜିତ୍ ମହାନ୍ତି ଓ ବରିଷ୍ଠ ପୋଲିସ ଅଧିକାରୀ। ଆସନ୍ତା ୭ ଓ ୮ ତାରିଖ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। December 3, 2019
ତାଜା ଖବର ଭୁବନେଶ୍ୱର : ୨୦୧୫ରେ କିମ୍ସ ମେଡିକାଲ କଲେଜରେ ସିଟ୍ କରାଇ ଦେବାକୁ କହି ୬୯ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସୌମ୍ୟକାନ୍ତ ମହାନ୍ତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଡାକ୍ତର ସୁଜିତ ନାଥ ଚୌଧୁରୀଙ୍କ ଠାରୁ ୨୦୧୫ରେ ଆରଟିଜିଏସ୍ ମାଧ୍ୟମରେ ନେଇଥିଲେ ୫୧ ଲକ୍ଷ ଟଙ୍କା। ସିଟ୍ ହୋଇନପାରିବା ପରେ ଟଙ୍କା ଫେରାଇ ନଥିଲେ । December 3, 2019
ତାଜା ଖବର ଭୁବନେଶ୍ୱର: ସେପ୍ଟେମ୍ବରରୁ ନଭେମ୍ବର ୩ ମାସ ମଧ୍ୟରେ ରାଜ୍ୟରେ ୫ ଲକ୍ଷ ୮୭ ହଜାର ଲର୍ଣ୍ଣର୍ସ ଲାଇସେନ୍ସ ଇସ୍ୟୁ । ୨୦୧୮ ବର୍ଷରେ ଇସ୍ୟୁ ହୋଇଥିଲା ମାତ୍ର ୩ ଲକ୍ଷ ୪୮ ହଜାର ଲର୍ଣ୍ଣର୍ସ ଲାଇସେନ୍ସ । ବିଗତ ୩ ମାସ ମଧ୍ୟରେ ୨୧ ଲକ୍ଷ ୯ ହଜାର ପଲ୍ୟୁସନ ଅଣ୍ଡର କଣ୍ଟୋଲ ଜାରି ହୋଇଥିବା ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ସୂଚନା । December 2, 2019
ତାଜା ଖବର ଭୁବନେଶ୍ୱର : ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଅଭୂତପୂର୍ବ ସମର୍ଥନ ପ୍ରସଙ୍ଗ । ସ୍ୱେଚ୍ଛାକୃତ ଭାବରେ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହେବାପରେ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । December 2, 2019
ତାଜା ଖବର ପୁରୀ : ଝାଡ଼େଶ୍ୱରୀ ମନ୍ଦିର ନିକଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ନିମାପଡ଼ା ବସଷ୍ଟାଣ୍ଡରୁ ଉଠାଇନେଇ ପୁରୀରେ ପୋଲିସ କ୍ୱାଟରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ବହିଷ୍କୃତ କନେଷ୍ଟବଳଙ୍କ ନାଁରେ କୁମ୍ଭାରପଡ଼ା ଥାନାରେ ଏତଲା ଦେଲେ ପୀଡିତା । ଘଟଣା ସମୟରେ ଜଣଙ୍କ ପର୍ସକୁ ଅକ୍ତିଆର କରିଥିଲେ ଯୁବତୀ । ୪ ଜଣଙ୍କୁ ଧରିଲା ପୋଲିସ । December 2, 2019
ତାଜା ଖବର ଭୁବନେଶ୍ୱର : ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା ପରେ ଝାରପୋଖରିଆ ଆଇଆଇସିଙ୍କୁ ନିଲମ୍ବିତ କଲେ ଭାରପ୍ରାପ୍ତ ପୋଲିସ ଡିଜି ସତ୍ୟଜିତ୍ ମହାନ୍ତି । ସବୁ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ, ଏଭଳି ସ୍ପର୍ଶକାତର ଘଟଣାରେ ପୋଲିସ ଆକ୍ସନର ତର୍ଜମା କର । ଅବହେଳା ନଦେଖାଇ ଗୁରୁତର ସହ ତଦନ୍ତ କରିବାକୁ ପରାମର୍ଶ । December 2, 2019
ତାଜା ଖବର ଭୁବନେଶ୍ୱର : ପଞ୍ଚାୟତିରାଜ ବିଭାଗରେ ୫-ଟି ଲାଗୁ ହେବାପରେ ବୌଦ୍ଧ ହରଭଙ୍ଗାର ବିଡିଓ ରବୀନ୍ଦ୍ର ଶତପଥି ନିଲମ୍ବିତ । ସୋର କେଦାରପୁର ସରପଞ୍ଚ ଅଭିମନ୍ୟୁ ଜେନା ଓ ଦିଗପହଣ୍ଡି ଆଙ୍କ୍ରୋଡାର ସରପଞ୍ଚ ଉଷାନ୍ତ ସାହୁ ମଧ୍ୟ ନିଲମ୍ବିତ । ପିଏମ୍ ଆବାସ ଯୋଜନାରେ ଗାଇଡ ଲାଇନ୍ ପାଳନ କରିନଥିବାରୁ ବିଡିଓ ସସପେଣ୍ଡ ସୂଚନା । December 2, 2019