ତାଜା ଖବର ଭୁବନେଶ୍ୱର : ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଅଭୂତପୂର୍ବ ସମର୍ଥନ ପ୍ରସଙ୍ଗ । ସ୍ୱେଚ୍ଛାକୃତ ଭାବରେ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହେବାପରେ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । December 2, 2019
ତାଜା ଖବର ପୁରୀ : ଝାଡ଼େଶ୍ୱରୀ ମନ୍ଦିର ନିକଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ନିମାପଡ଼ା ବସଷ୍ଟାଣ୍ଡରୁ ଉଠାଇନେଇ ପୁରୀରେ ପୋଲିସ କ୍ୱାଟରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ବହିଷ୍କୃତ କନେଷ୍ଟବଳଙ୍କ ନାଁରେ କୁମ୍ଭାରପଡ଼ା ଥାନାରେ ଏତଲା ଦେଲେ ପୀଡିତା । ଘଟଣା ସମୟରେ ଜଣଙ୍କ ପର୍ସକୁ ଅକ୍ତିଆର କରିଥିଲେ ଯୁବତୀ । ୪ ଜଣଙ୍କୁ ଧରିଲା ପୋଲିସ । December 2, 2019
ତାଜା ଖବର ଭଦ୍ରକ : କେନ୍ଦୁଆପଦା ଡାଳିମ୍ୱ ଗାଡ଼ିଆ ଛକରେ ଅଭାବନୀୟ ଘଟଣା। ସ୍କୁଟିରେ ଘରକୁ ଫେରୁଥିବା ବେଳେ ଯୁବତୀ ଓ ତାଙ୍କ ବାପାଙ୍କୁ ବିଚ୍ ରାସ୍ତାରେ ହାଣିଲା ଯୁବକ। ଆହତଙ୍କ ନାଁ ରବୀନ୍ଦ୍ର ସାହୁ ଓ ନମିତା। ଗୁରୁତର ଅବସ୍ଥାରେ ଉଭୟ କଟକ ସ୍ଥାନାନ୍ତର। ଏକତରଫା ପ୍ରେମରୁ ବିଫଳ ହେବା ପରେ ପ୍ରେମିକ ଏଭଳି କରିଥିବା ସନ୍ଦେହ। December 1, 2019
ତାଜା ଖବର କେନ୍ଦୁଝର : ସଦର ରେଞ୍ଜ କାଣ୍ଡସର ଗାଁରେ ହାତୀପଲ। ଗାଁରେ ପଶିଛନ୍ତି ୨ଟି ମାଇ ହାତୀ ଓ ୨ଟି ଛୁଆ ହାତୀ । ଗତକାଲି ବାରାସ ଜଙ୍ଗଳରେ ଏମାନେ ଥିଲେ । ଧାନ ଖାଇବାକୁ ଆସିଥିବା ବେଳେ ସକାଳ ହୋଇଯିବାରୁ ୪ଟି ହାତି ଜଂଗଲକୁ ଯାଇପାରିନଥିଲେ । ହାତୀ ଘଉଡାଇବା ପାଇଁ ବନ ବିଭାଗ ଚେଷ୍ଟା ଜାରି ରଖିଛି । December 1, 2019
ତାଜା ଖବର ନୟାଗଡ଼ : ନୂଆଗାଁ ପଞ୍ଚୁପାଣ୍ଡବ ଜଙ୍ଗଲ ନିକଟରେ ଫ୍ରେଣ୍ଡସ୍ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଭୁବନେଶ୍ୱରରୁ ଫୁଲବାଣୀ ଯାଉଥିବା ବେଳେ ଦୁର୍ଘଟଣା । ବସରେ ଥିଲେ ୭୦ ଯାତ୍ରୀ । ଦୁର୍ଘଟଣାରେ ୩୦ ଯାତ୍ରୀ ଆହତ ସୂଚନା । ଘଟଣା ସ୍ଥଳରେ ନୂଆଗାଁ ପୋଲିସ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ । December 1, 2019
ତାଜା ଖବର ବାରିପଦା : ରାଇରଙ୍ଗପୁର ମହାବିଦ୍ୟାଳୟରେ ଅଧ୍ୟାପିକାଙ୍କ ମୃତ୍ୟୁ ପ୍ରସଙ୍ଗ। ପୂର୍ବରୁ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଅଧ୍ୟାପିକା। କାର୍ଯ୍ୟରେ ଅବହେଳା ପାଇଁ ଝାରପୋଖରିଆ ଥାନା ଅଧିକାରୀ ଶରତ ମହାଳିକଙ୍କ ବଦଳି । ତଦନ୍ତକାରୀ ଅଧିକାରୀ ପ୍ରଶାନ୍ତ ସ୍ୱାଇଁ ସସପେଣ୍ଡ । ସୂଚନା ଦେଲେ ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ। December 1, 2019
ତାଜା ଖବର ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେଲେ ଦେବେନ୍ଦ୍ର ଫଡନବିସ୍ । December 1, 2019
ତାଜା ଖବର ରାଜଧାନୀରେ ସେକ୍ସ ରାକେଟ ଠାବ । ୨ ଦଲାଲଙ୍କ ସେମତ ୪ ଗ୍ରାହକଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ । ୬ ବଙ୍ଗୀୟ ଯୁବତୀ ଉଦ୍ଧାର, ଏମ୍ସ ନଗରର ଏକ ହୋଟେଲରେ ଚାଲିଥିଲା ଦେହ କାରବାର । ଟଙ୍କା ଓ ଆପତ୍ତି ଜନକ ସାମଗ୍ରୀ ଜବତ, ମାଷ୍ଟର ମାଇଣ୍ଡ ଫେରାର । December 1, 2019
ତାଜା ଖବର ନୂଆଦିଲ୍ଲୀ: ତୁର୍କୀରୁ ୧୧୦୦୦ ମେଗା ଟନ୍ ପିଆଜ ଆମଦାନୀ । ଜାନୁଆରୀ ପହିଲାରେ ପହଞ୍ଚିବ । ଇଜିପ୍ଟରୁ ୧୭୦୯୦ ମେଗା ଟନ୍ ପିଆଜ ଆମଦାନୀ । ଡିସେମ୍ବର ୧୫ ସୁଦ୍ଧା ପହଞ୍ଚିବ ପିଆଜ । ଉପଭୋକ୍ତା ମନ୍ତ୍ରାଳୟ ପକ୍ଷରୁ ସୂଚନା । December 1, 2019
ତାଜା ଖବର ଜମ୍ମୁ କଶ୍ମୀର: ପୁଞ୍ଚ୍ ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା । December 1, 2019