ତାଜା ଖବର କରଞ୍ଜିଆ: ଦୁଧିଆପାଣି ରେଞ୍ଜରେ ୨୨ ଟିକିଆ ହାତୀପଲର ଉପଦ୍ରବ । କୁରୁଳିଆ ନିକଟ ଜଙ୍ଗଲରେ ଯୁବତୀଙ୍କୁ ଶୁଣ୍ଡରେ ଟେକି କଚାଡ଼ି ଦେଲା ହାତୀ । ବଜାରରୁ ଫେରୁଥିବା ବାପ, ଝିଅ ଫେରୁଥିବା ବେଳେ ହାତୀ ଆକ୍ରମଣ । ଅଳ୍ପକେ ବର୍ତ୍ତିଲେ ବାପା । ଗୁରୁତର ଯୁବତୀ କରଞ୍ଜିଆ ହସ୍ପିଟାଲରେ ଭର୍ତ୍ତି । December 1, 2019
ତାଜା ଖବର ଭୁବନେଶ୍ୱର: ପଚାରିଥିବା ପ୍ରଶ୍ନର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରାସ୍ତାଟି କେନ୍ଦ୍ରୀୟ ଓଡ଼ିଶାର ସୋନପୁର-ବୌଦ୍ଧ ରାସ୍ତାର । ସଠିକ୍ ଉତ୍ତର ଓ ପ୍ରୟାସ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ନବୀନ । December 1, 2019
ତାଜା ଖବର ମୟୂରଭଞ୍ଜ: ରାଇରଙ୍ଗପୁର କଲେଜ ଅଧ୍ୟପିକାଙ୍କ ଆତ୍ମହତ୍ୟା ଘଟଣା । ରାଇରଙ୍ଗପୁର ଓ ଝାରପୋଖରିଆ ଥାନାରେ ୨ଟି ପୃଥକ ମାମଲା ରୁଜୁ । ୬ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଗିରଫ । ତଦନ୍ତ ଜାରିଥିବା ପ୍ରେସମିଟରେ ସୂଚନା ଦେଲେ ମୟୂରଭଞ୍ଜ ଏସପି । December 1, 2019
ତାଜା ଖବର ହାଇଦ୍ରାବାଦ: ପଶୁ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ପରେ ଜାଳିଦେବା ମାମଲା । ତୁରନ୍ତ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଫାଷ୍ଟ ଟ୍ରାକରେ କୋର୍ଟରେ ବିଚାର ପାଇଁ ନିର୍ଦ୍ଦେଶ ଦେଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ । December 1, 2019
ତାଜା ଖବର ପୁରୀ କୋଣାର୍କ ମହୋତ୍ସବ ଉଦ୍ଘାଟିତ, ମହୋତ୍ସବକୁ ଉଦ୍ଘାଟନ କଲେ ରାଜ୍ୟପାଳ ପ୍ରଫେସର ଗଣଣେଶୀ ଲାଲ । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହି ଉପସ୍ଥିତ । December 1, 2019
ତାଜା ଖବର ସାଲେପୁର: ବିଲକୁ ଧାନ କାଟିବାକୁ ଯାଉଥିବା ବେଳେ ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ । ମୃତ ଚାଷୀ ଗଗନ ବିହାରୀ ମଲ୍ଲିକ । କ୍ଷତିପୂରଣ ଦାବି କରି କୁଳିଆ ବଜାରରେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କଲେ ଗ୍ରାମବାସୀ । December 1, 2019
ତାଜା ଖବର ଭୁବନେଶ୍ୱର: ଟ୍ୱିନସିଟିରେ ଗାଡ଼ି ଚାଳନା ବେଳେ ସ୍ପିଡ୍ ନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା । ବାଇକ୍ ସହ ଲାଇଟ୍ ଓ ହେଭି ଭେଇକିଲ ଘଣ୍ଟା ପ୍ରତି ୫୦ କିମି ବେଗରେ ଚଲାଇ ପାରିବେ । ପଳାଶୁଣୀ-ବାଲିକୁଦା NHରେ ଲାଇଟ୍ ଓ ହେଭି ଭେଇକିଲ ପାଇଁ ଘଣ୍ଟାପ୍ରତି ବେଗ ୭୦ କିମି । ଅଧିକ ବେଗରେ ଗାଡ଼ି ଚଲାଇଲେ ଟ୍ରାଫିକ୍ ନିୟମ ଅନୁଯାୟୀ କଟାଯିବ ଚାଲାଣ । December 1, 2019
ତାଜା ଖବର ଝାଡ଼ଖଣ୍ଡ: ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ । ୧୩ଟି ବିଧାନସଭା ମଣ୍ଡଳୀରେ ମତଦାନ କରୁଛନ୍ତି ଭୋଟର । November 30, 2019
ତାଜା ଖବର ବାଲେଶ୍ୱର: ଅବଦୁଲ କାଲାମ ଦ୍ୱୀପରୁ ଆଜି ଅଗ୍ନି-୩ କ୍ଷେପଣାସ୍ତ୍ରର ହୋଇପାରେ ବ୍ୟାବହାରିକ ପରୀକ୍ଷଣ । ଅଗ୍ନି-୩ର ଲକ୍ଷ୍ୟଭେଦ କ୍ଷମତା ୩,୫୦୦ରୁ ୫ ହଜାର କିଲୋମିଟର । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଇଣ୍ଟରମିଡିଏଟ୍ ରେଞ୍ଜ ବାଲିଷ୍ଟିକ ମିଜାଇଲ ଅଗ୍ନି-୩ । November 30, 2019
ତାଜା ଖବର ଜୟପୁର: ଧାନଗଦାରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର । ଗତକାଲି ଲୁଡୁ ଖେଳିବାକୁ ଯାଇ ନିଖୋଜ ଥିଲା । ମୃତକ ଦଶମନ୍ତପୁର ଥାନା ପୁଡୁସିଲ୍ ଗାଁର ରାଜେନ୍ଦ୍ର ମୁଦୁଲିଙ୍କ ଝିଅ । ପୋଲିସର ତଦନ୍ତ । November 30, 2019