ତାଜା ଖବର ଭୁବନେଶ୍ୱର : ମାଟିରେ ମିଶିଲା ଲିଙ୍ଗରାଜ ମାର୍କେଟ କଂପ୍ଲେକ୍ସ । ୧୦୮ ଘରକୁ BDA ପକ୍ଷରୁ ଜବରଦଖଲ ଉଛେଦ କରାଯାଇଛି। ଏହି ଉଛେଦ ପ୍ରକ୍ରିୟାରେ BDAର ଅଧିକାରୀଙ୍କ ସମେତ ୨ ପ୍ଲାଟୁନ୍ ପୋଲିସ ମୁତୟନ ହୋଇଛନ୍ତି । ବୁଲଡୋଜର ଲଗାଇ ବେଆଇନ ଘର ଗୁଡିକୁ ଉଛେଦ କରାଯାଉଛି । November 29, 2019
ତାଜା ଖବର ଭୁବନେଶ୍ୱର : ଶସ୍ତ୍ର ଏଣ୍ଟରପ୍ରାଇଜେସ୍ ଚିଟଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରପ୍ରଦେଶରୁ ନିର୍ଦ୍ଦେଶକ ବାଲାରାଜୁ ମଲିକାର୍ଜୁନ ରାଜୁଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଳ୍ୟୁ । କମ୍ପାନୀ ନାଁରେ ୨୮ କୋଟି ଟଙ୍କାର ଠକେଇ ଅଭିଯୋଗ ଥିଲା । ବାଲେଶ୍ୱର ଓ ବାରିପଦାରେ କରୁଥିଲା ବ୍ୟବସାୟ, ପୂର୍ବରୁ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । November 29, 2019
ତାଜା ଖବର ଭିଜିଲାନ୍ସ ଜାଲରେ କଟକ କେନ୍ଦ୍ରୀୟ କୋ-ଅପରେଟିଭ୍ ବ୍ୟାଙ୍କ ନିମଚଉରୀ, କଟକ ସବ୍ ଆସିଷ୍ଟାଣ୍ଡ ଅଡିଟର ଜେନେରାଲ ଶିବପ୍ରସାଦ ମଲ୍ଲିକ । ଅଫିସ୍ ଓ ଘର ସମେତ ୪ଟି ସ୍ଥାନରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ଏକକାଳୀନ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । November 29, 2019
ତାଜା ଖବର ପୁରୀ: ବ୍ୟାଙ୍କ ଅଫ ଇଣ୍ଡିଆ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ଜଣେ ଆହତ । ଆହତ ମନନ ଖାନଙ୍କ ଡାହାଣ ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ କଟକ । ଘଟଣା ସ୍ଥଳରେ ପୋଲିସର ତଦନ୍ତ । ସୁରକ୍ଷାକର୍ମୀଙ୍କ ଅସାବଧାନତା ଯୋଗୁଁ ଗୁଳି ଫୁଟିଥିବା ସନ୍ଦେହ । November 29, 2019
ତାଜା ଖବର ଆଠଗଡ଼: ଏନ୍ଏଚ୍-୬୫ କନ୍ତୋଲ ବାରବାଟୀ ପୋଖରୀ ରାସ୍ତାରେ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍ । ‘ସାବିତ୍ରୀ’ ଗଣନାଟ୍ୟ ଟ୍ରକ୍ ଓଲଟି ୧୩ ଜଣ ଆହତ, ଆଠଗଡ଼ ମେଡିକାଲରେ ଭର୍ତ୍ତି । ଆହତଙ୍କ ମଧ୍ୟରୁ ୭ ଜଣ ଗୁରୁତର । ସାଲେପୁରରୁ ସମ୍ବଲପୁର ଯାଉଥିଲା ଯାତ୍ରା ପାର୍ଟି ଟ୍ରକ୍ । November 29, 2019
ତାଜା ଖବର ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବଡ଼ ନିଷ୍ପତ୍ତି । ଆରେ ମେଟ୍ରୋ କାର୍ ସେଡ୍ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରହିବ ପ୍ରକଳ୍ପ । ପ୍ରକଳ୍ପ ପାଇଁ ଆଉ ଗୋଟିଏ ବି ଗଛ କଟାଯିବ ନାହିଁ: ଉଦ୍ଧବ ଠାକରେ । November 29, 2019
ତାଜା ଖବର ଭୁବନେଶ୍ୱର: ମୋ ବସ ଯାତ୍ରୀଙ୍କ ଲାଗି ଖୁସି ଖବର । ଆଗାମୀ ୨ ମାସ ଯାଏଁ ଏସି ବସ ଭଡ଼ାରେ ରିହାତି । ମୂଳ ଭଡ଼ାରୁ ପ୍ରାୟ ୩୮ ପ୍ରତିଶତ କମ କଲା କ୍ରୁଟ । ନୂତନ ରିହାତି ଭଡ଼ା ଡିସେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ ବଳବତ୍ତର ରହିବ । ରିହାତିରେ ଏସି ବସର ସର୍ବାଧିକ ଭଡ଼ା ୭୦ ଟଙ୍କା । November 29, 2019
ତାଜା ଖବର ନୂଆଦିଲ୍ଲୀ: ଖସିଲା ଅଭିଭୃଦ୍ଧି ହାର । ଦ୍ୱିତୀୟ କ୍ୱାର୍ଟରରେ ଅଭିବୃଦ୍ଧି ହାର ୪.୫ ପ୍ରତିଶତ । ପ୍ରଥମ କ୍ୱାର୍ଟରରେ ଅଭିବୃଦ୍ଧି ହାର ଥିଲା ୫.୦ ପ୍ରତିଶତ । November 29, 2019
ତାଜା ଖବର ପଶ୍ଚିମରେ ନୂଆ ସୂର୍ଯ୍ୟୋଦୟ। ମହାରାଷ୍ଟ୍ରରେ ଆଜିଠୁ ଆରମ୍ଭ ହେଉଛି ଠାକ୍ରେ ଯୁଗ। ଐତିହାସିକ ମୁହୁର୍ତ୍ତର ସାକ୍ଷୀ ହେବ ଶିବାଜୀ ପାର୍କ। ପ୍ରଥମ ଥର ପାଇଁ ଠାକ୍ରେ ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀ ହେବେ। November 28, 2019
ତାଜା ଖବର ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଆଇଏନଏକ୍ସ ମିଡିଆ ବେଆଇନ୍ ଅର୍ଥ କାରବାର ମାମଲା । ସଂପୂର୍ଣ୍ଣ ତଥ୍ୟର ବିବରଣୀ ବନ୍ଦ ଲଫାପାରେ ସୁପ୍ରିମକୋର୍ଟରେ ଦାଖଲ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଖଣ୍ଡପୀଠଙ୍କ ଆଦେଶ । ଏହାପରେ ବେଞ୍ଚ ମାମଲାର ଶୁଣାଣି କରିବେ । November 28, 2019