ତାଜା ଖବର ଭିଜିଲାନ୍ସ ଜାଲରେ ଜୁନିୟର ଇଞ୍ଜିନିୟର ଭବାନୀ ଶଙ୍କର ମହାନ୍ତି । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ । ଘରକୁ ବିଦ୍ୟୁତ ସଂଯୋଗ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ । କଟକ ଗୋଦିସାହି ଇଲେକ୍ଟ୍ରି ସେକ୍ସନ୍ର ଜୁନିୟର ଇଞ୍ଜିନିୟର ଭବାନୀ । November 22, 2019
ତାଜା ଖବର ନବରଙ୍ଗପୁର : ଆମ୍ବୁଲାନ୍ସ ଧକ୍କାରେ ମହିଳାଙ୍କ ମୃତ୍ୟୁ, ଳିମ୍ବଭଟା ଗାଁର ପ୍ରେମଚନ୍ଦ୍ର ସରାବୁଙ୍କ ସ୍ତ୍ରୀ ଇନ୍ଦୁମତୀ ସରାବୁଙ୍କ ମୃତ୍ୟୁ। ଜଣେ ପ୍ରସୂତିଙ୍କୁ ନେଇ ଆମ୍ବୁଲାନ୍ସଟି ଆସଙ୍ଗା ମେଡିକାଲକୁ ଯାଉଥିବା ବେଳେ ପୂଜାରୀଗୁଡ଼ା ଛକ ନିକଟରେ ବାଇକକୁ ଧକ୍କା ଦେଇଥିଲା । ଏଥିରେ ଇନ୍ଦୁମତି ବସିଥିଲେ । November 22, 2019
ତାଜା ଖବର ମୁମ୍ୱାଇ : ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶିବସେନାରୁ ହେବେ । ରାଜ୍ୟସ୍ତରୀୟ ବୈଠକରେ ଏନସିପି ଏହି ପଦ ପାଇଁ ଦାବି କରିନାହିଁ। ପ୍ରତିକ୍ରିୟାରେ କହିଲେ କଂଗ୍ରେସ ନେତା ମାଣିକରାଓ ଠାକରେ । November 22, 2019
ତାଜା ଖବର ନୂଆଦିଲ୍ଲୀ : ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଦିଲ୍ଲୀରେ ସାକ୍ଷାତ କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। କେନ୍ଦ୍ରାପଡ଼ାକୁ ରେଳପଥ ସଂଯୋଗ ସ୍ଥିତି ସଂପର୍କରେ ଆଲୋଚନା କରିଥିବା ସୂଚନା । ମନ୍ତ୍ରୀ ଓ ପଦସ୍ଥ ଅଧିକାରୀମାନେ ଫେବୃଆରୀ-୨୦ ସୁଦ୍ଧା ଏହାକୁ ଚାଲୁ କରିବାର ଦେଲେ ପ୍ରତିଶ୍ରୁତି । November 22, 2019
ତାଜା ଖବର ଭୁବନେଶ୍ୱର : ସାମ୍ବାଦିକ ଆଦିତ୍ୟ ପଣ୍ଡାଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ । ଆଦିତ୍ୟଙ୍କ ଦୁଇଟି କିଡନୀ ନଷ୍ଟ ପରେ ଆର୍ମି ହସ୍ପିଟାଲରେ ହେବ ପ୍ରତ୍ୟାରୋପଣ । ଚିକିତ୍ସାରେ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଆବଶ୍ୟକ ହେଉଥିବା ଅର୍ଥ ସାମ୍ବାଦିକ କଲ୍ୟାଣ ବୋର୍ଡ ମାଧ୍ୟମରେ ପ୍ରଦାନ କରାଯିବ ବୋଲି କହିଛନ୍ତି ଉପଦେଷ୍ଟା ମାନସ ମଙ୍ଗରାଜ । November 22, 2019
ତାଜା ଖବର ଭୁବନେଶ୍ୱର : ସ୍ୱରାଷ୍ଟ୍ର ବିଭାଗର ଖର୍ଚ୍ଚଦାବି ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ୍। ନାରୀ ନିର୍ଯ୍ୟାତନା ଓ ଶିଶୁଙ୍କ ପ୍ରସଙ୍ଗରେ ରାଜନୀତି କରାନଯାଉ। ସବୁ ପୋଲିସ ଅଧିକାରୀ ବିନା ଭୟ ଓ ବିନା ଦ୍ୱନ୍ଦରେ କାମ କରନ୍ତୁ ।ମୋ ସରକାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପରିସଂଖ୍ୟାନକୁ ଗୁରୁତ୍ୱ ନଦେଇ ଲୋକଙ୍କ କାମ କରିବାକୁ ପରାମର୍ଶ । November 22, 2019
ତାଜା ଖବର ଗୁଣୁପୁର : ଗୁଡାରି ଦଣ୍ଡାସି ସାହିର ଏକ ପରିତ୍ୟକ୍ତ ସ୍ଥାନରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର। ସ୍ଥାନୀୟ ଜଣେ ବ୍ୟକ୍ତି ଏହି ଶିଶୁପୁତ୍ରକୁ ଦେଖି ଗୁଡ଼ାରି ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ପହାଞ୍ଚାଇଥିଲେ। ଶିଶୁପୁତ୍ରଟିର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଡାକ୍ତର କହିଛନ୍ତି । ପୋଲିସ୍ ଏନେଇ ତଦନ୍ତ କରୁଥିବା ଜଣାପଡିଛି। November 22, 2019
ତାଜା ଖବର ଭୁବନେଶ୍ୱର: ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୭୦୦ଟି ଆଶ୍ରମ ସ୍କୁଲ, ୫୦୧ ସେବାଶ୍ରମ, ୨୭ଟି ଏକଲବ୍ୟ ମଡେଲ ସ୍କୁଲ, ୧୦ଟି କଳିଙ୍ଗ ଆବାସିକ ସ୍କୁଲ ଥିବା ବିଧାନସଭାରେ ଉତ୍ତର ରଖିଛନ୍ତି SC/ ST ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା। ୪୨୨ ଉଚ୍ଚ ବିଦ୍ୟାଳୟରୁ ୬୨କୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯାଇଛି। November 22, 2019
ତାଜା ଖବର ଯୋଡ଼ା: ବଡ଼ବିଲ ଥାନାରେ ଫାଶୀ ଲଗାଇ ହତ୍ୟା ଅଭିଯୁକ୍ତର ଆତ୍ମହତ୍ୟା । ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର । ମୃତକ ସେଡିଂ ବସ୍ତିର ସୁରେଶ ନାଏକ । ଗତ ୧୮ ତାରିଖ ସନ୍ଧ୍ୟାରେ ସୁରେଶକୁ ଉଠାଇ ନେଇଥିଲା ପୋଲିସ । November 21, 2019
ତାଜା ଖବର ସୁବର୍ଣ୍ଣପୁର: ଉଲୁଣ୍ଡା ରେଞ୍ଜ ସାରସଦାଦର ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୨ ବନ କର୍ମଚାରୀଙ୍କୁ ସସପେଣ୍ଡ କଲେ ସୁବର୍ଣ୍ଣପୁର ଡିଏଫଓ । ଫରେଷ୍ଟର ଦରାନ୍ଦନ ସ୍ୱାଇଁ, ଫରେଷ୍ଟ ଗାର୍ଡ ପ୍ରଜ୍ଞାପରମିତା ମିଶ୍ର ନିଲମ୍ବିତ । November 21, 2019