ତାଜା ଖବର ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ୍ ଅଫିସର ସତ୍ୟଜିତ୍ ମହାନ୍ତି । November 21, 2019
ତାଜା ଖବର ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ । ଗୃହକୁ ଅପରାହ୍ଣ ୩ଟା ଯାଏ ମୁଲତବି ରଖିଲେ ବାଚସ୍ପତି । November 21, 2019
ତାଜା ଖବର ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ନିର୍ଦ୍ଦେଶାଳୟର ସେକ୍ସନ ଅଫିସର ଗୀତ ଖଡ଼ିଆ । ରିଭାଇଜଡ୍ ପେନସନ ଫାଇଲ ପ୍ରୋସେସିଂ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । November 21, 2019
ତାଜା ଖବର ଭୁବନେଶ୍ୱର: ବହୁଚର୍ଚ୍ଚିତ ଖଣ୍ଡଗିରି ସନ୍ଦୀପ ନନ୍ଦ ହତ୍ୟାକାଣ୍ଡ ଘଟଣା । ଦକ୍ଷତାର ସହ ତଦନ୍ତ ଓ ମାମଲା ପରିଚାଳନା ପାଇଁ ତଦନ୍ତକାରୀ ଅଫିସର ଦୟାନିଧି ନାୟକ ଓ ସ୍ୱତନ୍ତ୍ର ପିପି ସୁରେଶ କୁମାର ବାରିକଙ୍କୁ ସମ୍ମାନିତ କଲେ ପୋଲିସ କମିଶନର । ୧୦ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ୱର ଅତିରିକ୍ତ ଦୌରାଜଜ । November 21, 2019
ତାଜା ଖବର ଭୁବନେଶ୍ୱର : ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଜାରି । ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାତସ୍ପତି ସୂର୍ଯ୍ୟନାରାୟଣ ପାତ୍ର । November 21, 2019
ତାଜା ଖବର ଆଜି ପବିତ୍ର ପ୍ରଥମାଷ୍ଟମୀ । ପଢ଼ୁଆଁ ହେବେ ବଡ଼ଠାକୁର । ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ବିଭିନ୍ନ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦେବେ ଦର୍ଶନ । ଗତକାଲି ମହାପ୍ରଭୁଙ୍କ ମାମୁଘର ନିଆଳି ମାଧମ ମନ୍ଦିରରୁ ପଢ଼ୁଆଁ ଭାର ଆସିଥିଲା । November 20, 2019
ତାଜା ଖବର ଓଡ଼ିଆ ପାଳୁଛନ୍ତି ପ୍ରଥମାଷ୍ଟମୀ । ଘରେ ଘରେ ହଳବୀ ପତ୍ର ଏଣ୍ଡୁରୀ ପିଠା ଏବଂ ନୂଆ ପୋଷାକ ପିନ୍ଧି ପରିବାରର ଜ୍ୟେଷ୍ଠ ପୁତ୍ର ଓ କନ୍ୟା ପାଳୁଛନ୍ତି ପଢ଼ୁଆଁଷ୍ଟମୀ । November 20, 2019
ତାଜା ଖବର ବଲାଙ୍ଗୀରରେ ଦୁଇ ଦିନ ଧରି ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଵୀମାଶିଳ୍ପ ବନ୍ଦ ଡାକରା । ହାଇକୋର୍ଟର ସ୍ଥାଇବେଞ୍ଚ ପ୍ରତିଷ୍ଠା, ଲୋୟର ସୁକତେଲ ଜଳସେଚନକୁ ତୁରନ୍ତ କାର୍ଯ୍ୟକ୍ଷମ ଓ ବଲାଙ୍ଗୀର ବାଇପାସ୍ ରାସ୍ତା ନିର୍ମାଣ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ବନ୍ଦ ଡାକରା । November 20, 2019
ତାଜା ଖବର ଭୁବନେଶ୍ୱର : ରାଜ୍ୟରେ ଗହଣା ଦୋକାନୀ ଲୋକଙ୍କୁ ଠକିବା ନେଇ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କଟକ ଓ ବାଲେଶ୍ୱରରେ ସର୍ବାଧିକ ସୁନା ଦୋକାନୀ ଲୋକଙ୍କୁ ଠକୁଛନ୍ତି । ବାଲେଶ୍ୱରରେ ୬ଟି, ଖୋର୍ଦ୍ଧାରେ ୪ଟି, କଟକର ୭ଟି ଦୋକାନ ଉପରେ ଚଢ଼ାଉ ହୋଇଛି। ଭୁବନେଶ୍ୱର ଓ ବ୍ରହ୍ମପୁରରେ ସୁନା ଦୋକାନ ଯାଞ୍ଚ ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ। November 20, 2019
ତାଜା ଖବର ଭୁବନେଶ୍ୱର : ରାଜ୍ୟରେ କୃଷିଫାର୍ମର ସ୍ଥିତି ନେଇ ଗୃହରେ ଆଲୋଚନା। ଉତ୍ତର ରଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟରେ ୬୩ଟି କୃଷି ଫାର୍ମ ଅଛି, ସେଥିରୁ ୪ଟି ପୁନରୁଦ୍ଧାର ଅବସ୍ଥାରେ ନାହିଁ । ୮୫ଟି ଉଦ୍ୟାନ କୃଷି ଫାର୍ମ ଅଛି ସେଥିରୁ ୫ଟି ପୁନରୁଦ୍ଧାର ସ୍ଥିତିରେ ନାହିଁ । ଲାଭଦାୟକ ନଥିବାରୁ ଅଚଳ ଫାର୍ମ ପୁନରୁଦ୍ଧାର କରାଯାଉନି । November 20, 2019