ତାଜା ଖବର ଭୁବନେଶ୍ୱର : ଡାଲି, ଆଳୁ, ଖାଇବା ତେଲ, ପିଆଜର ଦର ବୃଦ୍ଧି ନେଇ ସରକାରଙ୍କ ପାଖରେ ଖବର ଥିବା ବିଧାନସଭାରେ ସ୍ୱୀକାର କଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କହିଲେ, ଏହା ଜାତୀୟ ସମସ୍ୟା, ପଡ଼ୋଶୀ ରାଜ୍ୟ ଉପରେ ଓଡ଼ିଶା ନିର୍ଭରଶୀଳ । ସେମାନଙ୍କ ଦର ନିର୍ଦ୍ଧାରଣର ପ୍ରଭାବ ଓଡ଼ିଶା ଉପରେ ପଡ଼େ । କଳାବଜାରି ରୋକିବାକୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। November 20, 2019
ତାଜା ଖବର ଭୁବନେଶ୍ୱର : ରାଜ୍ୟରେ ଟୋକନ ବ୍ୟବସ୍ଥା ପ୍ରତ୍ୟାହର ହେବନି,ଏହା ଅଛି ଓ ରହିବ। ଏହି ସ୍ଵଚ୍ଛ, ନିର୍ମଳ ଓ ନୂଆ ପଦ୍ଧତିକୁ ସମସ୍ତେ ଆପଣାନ୍ତୁ, ଉଚିତ ମୂଲ୍ୟ ପାଇବେ। ଯଦି ଏହାକୁ ଆହୁରି ଭଲ କରିବା ପାଇଁ ଚାଷୀ ମତାମତ ଦେବେ ତାହେଲେ ସରକାର ଏହାକୁ ଗ୍ରହଣ କରିବେ ବୋଲି ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। November 20, 2019
ତାଜା ଖବର ନୂଆଦିଲ୍ଲୀ : ଆସାମ ପରେ ଏବେ ସାରା ଦେଶରେ ଲାଗୁ ହେବ NRC । ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଲେ, ଏଥିପାଇଁ କୌଣସି ଧର୍ମର ଲୋକେ ବ୍ୟସ୍ତ ହେବାର ନାହିଁ। ମମତା ବାନାର୍ଜୀ କହିଲେ, ପଶ୍ଚିମବଙ୍ଗରେ ଲାଗୁ କରାଇ ଦେବୁନି ଏନଆସି । November 20, 2019
ତାଜା ଖବର ସମ୍ବଲପୁର: କୃଷିଋଣ ପ୍ରଦାନରେ ଜାଲିଆତି । ବୁର୍ଲା ସିଣ୍ଡିକେଟ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ସୁବାସ ଚନ୍ଦ୍ର ଦାଶ ଓ ପୂର୍ବତନ ସହକାରୀ ମ୍ୟାନେଜର ମାରିନସ୍ ଲାକ୍ରା ଗିରଫ । ଜାଲ୍ କାଗଜପତ୍ରରେ ୧କୋଟି ୯୬ ଲକ୍ଷ ଟଙ୍କା ଋଣ ଦେବା ଘଟଣାରେ ଗିରଫ କଲା କ୍ରାଇମବ୍ରାଞ୍ଚ EOW । ୨୦୧୪ରୁ ୧୬ ମସିହା ମଧ୍ୟରେ ହୋଇଥିଲା କାରବାର । November 20, 2019
ତାଜା ଖବର ରାଉରକେଲା: ବାସନ୍ତୀନଗରର ଏକ ବନ୍ଦ ଘରୁ ମାଆ, ଝିଅଙ୍କ ମୃତଦେହ ଉଦ୍ଧାର । ୪୦ ଦିନ ଧରି ଉଭୟଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ । ଜଣଙ୍କୁ ଗିରଫ କଲା ଉଦିତନଗର ଥାନା ପୋଲିସ November 20, 2019
ତାଜା ଖବର ପାରାଦୀପ : ଆସନ୍ତା ୨୪ ଓ ୨୫ ତାରିଖ ପାରାଦୀପ ବନ୍ଦରରେ ରହିବ ଭାରତୀୟ ନୌସେନାର ୨ଟି ଯୁଦ୍ଧ ଜାହାଜ। ଏ ଦୁଇ ଯୁଦ୍ଧ ଜାହାଜ ହେଲା, INS ଐରାବତ୍ ଓ INS ରଣବୀର । ସାଧାରଣ ଲୋକ, ସ୍କୁଲ ଛାତ୍ରଛାତ୍ରୀ ଏହାକୁ ବୁଲି ଦେଖିପାରିବେ। November 20, 2019
ତାଜା ଖବର ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଠାରେ ଟାୟାର ଦୋକାନରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଟାୟାର । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଆୟତ୍ତ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ। November 20, 2019
ତାଜା ଖବର ଭୁବନେଶ୍ୱର: ଖଣ୍ଡଗିରି ଭରତପୁର ଅଞ୍ଚଳରୁ ପୁଣି ଥରେ ବ୍ରାଉନସୁଗର ଜବତ । ୫୫.୫୦ ଗ୍ରାମ ବ୍ରାଉନସୁଗର ସହ କାର ଓ ୪ଟି ମୋବାଇଲ ଜବତ କଲା ଡ୍ରଗ ଟାସ୍କ ଫୋର୍ସ । ୩ ନିଶା ବେପାରୀ ଗିରଫ । November 20, 2019
ତାଜା ଖବର ରାଉରକେଲା ପ୍ଲାଣ୍ଟସାଇଟ ଥାନା ମହତାବ ରୋଡ ନିକଟରେ ବିଳମ୍ବିତ ରାତିରେ ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼ । ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି । ଛୁରାମାଡ଼ର କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଜାରି । November 20, 2019
ତାଜା ଖବର ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ପରୀକ୍ଷଣ । ସନ୍ଧ୍ୟା ୭ଟା ୫ ମିନିଟରେ ପଛକୁ ପଛ ୨ଟି ମିସାଇଲ ପରୀକ୍ଷଣ କଲା ଡିଆରଡିଓ । November 20, 2019