ତାଜା ଖବର ଭଦ୍ରକ: ଚାନ୍ଦବାଲିରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ବସରୁ ୧୪ ପେଟି ନକଲି ଗୁଟଖା ଜବତ । ବସର ହେଲପର ଓ କଣ୍ଡକ୍ଟରକୁ ଅଟକ ରଖି ଟାଉନ୍ ଥାନା ପୋଲିସର ପଚରାଉଚରା । November 8, 2019 ')}
ତାଜା ଖବର ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ବୁଲବୁଲକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା । ପ୍ରଭାବିତ ହେବାକୁ ଥିବା ୯ଟି ଜିଲ୍ଲାକୁ ୨ଟି ଲେଖାଏଁ ଓଡ୍ରାଫ୍ ଟିମ୍, ଅତି ପ୍ରଭାବିତ ୬ଟି ଜିଲ୍ଲାକୁ ୧ଟି ଲେଖାଏଁ NDRF ଓ ୨ଟି ଲେଖାଏଁ ଅଗ୍ନିଶମ ବାହିନୀ ପଠାଯାଇଛି । ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ। ବାତ୍ୟା ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । November 8, 2019 ')}
ତାଜା ଖବର ଭୁବନେଶ୍ୱର : ଲୋକସେବା ଭବନରେ ମନ୍ତ୍ରୀ ପରିଷଦ ବୈଠକ ଶେଷ, ଅତିରିକ୍ତ ବଜେଟ୍ ଚିଠା ପ୍ରସ୍ତାବକୁ ଅନୁମୋଦନ । ପ୍ରାୟ ୮ ହଜାର ୩ ଶହ କୋଟି ଟଙ୍କା ହୋଇପାରେ ଅତିରିକ୍ତ ବଜେଟର ଆକଳନ । ଆସନ୍ତା ୧୩ ତାରିଖରେ ବିଧାନସଭାରେ ଆଗତ ହେବ ଅତିରିକ୍ତ ବଜେଟ୍ । November 8, 2019 ')}
ତାଜା ଖବର ଭଦ୍ରକ: ପଶ୍ଚିମବଙ୍ଗକୁ ଯାଉଥିବା ୫୦ଟି ମାଛଧରା ବୋଟ୍ ବାତ୍ୟା ପ୍ରଭାବରେ ସମୁଦ୍ରରେ ଆଗକୁ ଯାଇନପାରି ଧାମରା ବନ୍ଦର ମୁହାଁଣକୁ ଫେରିଆସିଛନ୍ତି । ପ.ବଙ୍ଗ ସରକାରଙ୍କ ଅନୁରୋଧକ୍ରମେ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରୁଛି ଭଦ୍ରକ ଜିଲ୍ଲା ପ୍ରଶାସନ । November 8, 2019 ')}
ତାଜା ଖବର କଟକ : ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ବିଭୁପ୍ରସାଦ ରାଉତରାୟ। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଶପଥ ପାଠ କରାଇଲେ। ଗୃହ ସଚିବ ସଂଜୀବ ଚୋପ୍ରା ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ନିଯୁକ୍ତିପତ୍ର ପାଠ କଲା ପରେ ହେଲା ଶପଥପାଠ । November 8, 2019 ')}
ତାଜା ଖବର ଅନୁଗୁଳ: ବଅଁରପାଳ ଥାନା ପାଣିଗୋଳା ରାସ୍ତାରେ ଡକାୟତି ଉଦ୍ୟମ । ଥର୍ମାଲ ହାଟରୁ ବ୍ୟବସାୟ ସାରି ଫେରିବା ବେଳେ ଗୁଳିମାଡ଼ । ୨ ରାଉଣ୍ଡ ଗୁଳି କରି ବିପିନ ବିହାରୀ ନାହାକଙ୍କ ଦୁଇ ହାତକୁ ହାଣିଦେଲେ ଦୁର୍ବୃତ୍ତ । କିଛି ଲୁଟ୍ ହୋଇନଥିବା ସୂଚନା । November 7, 2019 ')}
ତାଜା ଖବର କେନ୍ଦ୍ରାପଡ଼ା: କ୍ରେଡିଟ୍ କୋ ଅପରେଟିଭ ସୋସାଇଟି ଯୌନ ନିର୍ଯାତନା ମାମଲା । ଅଭିଯୁକ୍ତ ପ୍ରମୋଦ ସାହୁଙ୍କ ଜlମିନ୍ ଆବେଦନ ଖାରଜ କଲେ ଜିଲ୍ଲା ଜଜ କୋର୍ଟ । ୪ ତାରିଖରେ ଗିରଫ ପରେ ଏବେ ବାରିମୂଳ ଜେଲରେ ଅଛନ୍ତି ପ୍ରମୋଦ । November 7, 2019 ')}
ତାଜା ଖବର ଖୋର୍ଦ୍ଧା: ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’ ପାଇଁ ଆସନ୍ତା ୯ ଓ ୧୦ ତାରିଖ ଦୁଇଦିନ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ । November 7, 2019 ')}
ତାଜା ଖବର ଭୁବନେଶ୍ୱର: ବାତ୍ୟା ‘ବୁଲବୁଲ୍’ ପାଇଁ ୯ ତାରିଖରେ ୯ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗସତିଂହପୁର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, ଯାଜପୁର ଜିଲ୍ଲାରେ ସ୍କୁଲ ଛୁଟି । ଉଚ୍ଚସ୍ତରୀୟ ବୈଠକ ପରେ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା । November 7, 2019 ')}
ତାଜା ଖବର ବାତ୍ୟାର ରୂପ ନେଲା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବୁଲ୍ବୁଲ୍ । ପାରାଦୀପ ଠାରୁ ୭୭୦ ଏବଂ ଆଣ୍ଡାମାନ ଠାରୁ ୪୦୦ କିଲୋମିଟର ଦୂରରେ ରହିଛି ବୁଲ୍ବୁଲ୍ । ଗତ ୬ ଘଣ୍ଟା ହେବ ବୁଲ୍ବୁଲ୍ ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ଗତି କରୁଛି । November 7, 2019 ')}