ତାଜା ଖବର ଭୁବନେଶ୍ୱର: କମିଶନରେଟ ପୋଲିସ କବ୍ଜାରେ ହାଇପ୍ରୋଫାଇଲ ଠକ । ଜାତୀୟସ୍ତରର ଖେଳାଳି ଓ ଅନ୍ୟ ୫ଜଣଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ । ଅଭିଯୁକ୍ତ ସୌମ୍ୟଜିତଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାଡ୍ । ଡିଆରଡିଓ, ସେଲ ଟ୍ୟାକ୍ସ ଅଫିସର କହି ଠକୁଥିଲା । ୫ଟି ଦାମୀ ଆଇଫୋନ ଓ ଲାପଟପ ଜବତ । November 25, 2019
ତାଜା ଖବର ସମ୍ବଲପୁର: ଦୁର୍ଦ୍ଦାନ୍ତ ଅପରାଧୀ ଶିବ ଶଙ୍କର ବାଗକୁ ଏନଏସଏ ଆକ୍ଟରେ ଗିରଫ କଲା ପୋଲିସ । ଗୋପାଲମାଲ ବାସିନ୍ଦା ଶିବ ନାଁରେ ବିଭିନ୍ନ ଥାନାରେ ରହିଛି ୨୬ଟି ମାମଲା । ୨୦୦୭ରୁ ଅପରାଧିକ କାର୍ଯ୍ୟକଳାପରେ ସକ୍ରିୟ ଥିବା ନେଇ ଏସପିଙ୍କ ସୂଚନା । ଏନଏସଏ ପାଇଁ ଆବେଦନ କରିଥିଲା ପୋଲିସ । November 25, 2019
ତାଜା ଖବର କୋଲକାତା: ଇଡେନ୍ ଟେଷ୍ଟକୁ ଇନିଂସ ଓ ୪୬ ରନରେ ଜିତିଲା ଭାରତ । ଇଶାନ୍ତ ଶର୍ମାଙ୍କୁ ୯, ଉମେଶ ଯାଦବଙ୍କୁ ୮ଟି ୱିକେଟ୍ । ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୨-୦ରେ ଭାରତ ବିଜୟୀ । November 24, 2019
ତାଜା ଖବର ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ଉତ୍ସବରେ ଯୋଗଦେବେ । ଉତ୍ସବରେ ଉପସ୍ଥିତ ରହିବେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ । ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ । November 24, 2019
ତାଜା ଖବର ପଟ୍ଟାମୁଣ୍ଡାଇ: ଲୁଟେରାଙ୍କ ଆତଙ୍କ । ଦିନ ଦିପହରରେ ବନ୍ଧୁକ ଦେଖାଇ ଆଖିରେ ଲଙ୍କା ଗୁଣ୍ଡ ପକାଇ ୨ ଲକ୍ଷ ୮୩ ହଜାର ଟଙ୍କା ଲୁଟ୍ ଅଭିଯୋଗ । ଇଚ୍ଛାପୁର ଛକରୁ ଲୁଟ୍ ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କଲେ ମଦ ବ୍ୟବସାୟୀ November 24, 2019
ତାଜା ଖବର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ଟ୍ୱିଟ୍ । ୫ ବର୍ଷ ଯାଏଁ ମହାରାଷ୍ଟ୍ରରେ ସ୍ଥିର ସରକାର ଦେବ ବିଜେପି-ଏନସିପି ମେଣ୍ଟ । ଏବେ ବି ମୁଁ ଏନସିପିରେ ଅଛି, ଆଗକୁ ରହିବି । ଶରଦ ପାୱାର ଏନସିପି ନେତା । ଲୋକଙ୍କ କଲ୍ୟାଣ ଓ ରାଜ୍ୟର ଉନ୍ନତି ପାଇଁ ସରକାର କାମ କରିବ । November 24, 2019
ତାଜା ଖବର ରାଉରକେଲା: ସେକ୍ସ ରାକେଟ ଚାଲିଥିବା ଅଭିଯୋଗରେ ଏକ ହୋଟେଲରେ ଉଦିତନଗର ଥାନା ପୋଲିସ ପକ୍ଷରୁ ଚଢ଼ାଉ । ହୋଟେଲରୁ ୩ ଜଣ ଯୁବତୀ ଉଦ୍ଧାର, ପଚରାଉଚରା କରୁଛି ପୋଲିସ । November 24, 2019
ତାଜା ଖବର ମାଲକାନଗିରି: ୫ ଜଣ ନକଲି ମାଓବାଦୀଙ୍କୁ ଗିରଫ କଲା ମାଲକାନଗିରି ପୋଲିସ । ମାଓବାଦୀ ନାଁରେ ଗ୍ରାନାଇଟ୍ ଖଣି ଲିଜଧାରୀଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଗିରଫ ବ୍ୟକ୍ତିମାନେ ମାଲକାନଗିରି ମୋଟୁ ଓ ଆନ୍ଧ୍ରପ୍ରଦେଶର ସୂଚନା । November 24, 2019
ତାଜା ଖବର ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାବିସ୍ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ୍ ପାୱାରଙ୍କ ଶପଥ ଗ୍ରହଣକୁ ବିରୋଧ । ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କଲା ଶିବସେନା । November 23, 2019
ତାଜା ଖବର ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ଡକ୍ଟର ସିକ୍ତା ପତି । ପୂର୍ବତନ ସାଂସଦ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ବଡ଼ ଝିଅ ସିକ୍ତା ପତି । November 23, 2019