ତାଜା ଖବର ରାଉରକେଲା: ନକଲି ଡାକ୍ତର ପଦ୍ମନାଭ ମୁଖି କାରୁଆ ଗିରଫ । ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ହାତିବାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ପଦ୍ମନାଭଙ୍କୁ ପଚରାଉଚରା କରୁଛି ସୁନ୍ଦରଗଡ଼ ସଦର ଥାନା ପୋଲିସ । November 13, 2019 ')}
ତାଜା ଖବର ଦୁର୍ଦ୍ଦାନ୍ତ ଅପରାଧୀ ଗୁଗୁ ଓରଫ ଶୁବାଶିଷ ଖୁଣ୍ଟିଆ ବିରୋଧରେ NSA । ଜାତୀୟ ନିରାପତ୍ତା ଆଇନ୍ ଲଗାଇଲା କଟକ କମିଶନରେଟ୍ ପୋଲିସ । ହତ୍ୟା, ଦାଦାବଟି, ଟେଣ୍ଡର ଫିକ୍ସିଂ ଭଳି ବହୁ ମାମଲାରେ ସମ୍ପୃକ୍ତ ଗୁଗୁ । ୨୦୦୮ରେ ଗୁଗୁକୁ ଏନକାଉଣ୍ଟର କରିଥିଲା ପୋଲିସ । November 13, 2019 ')}
ତାଜା ଖବର ସୁପ୍ରିମକୋର୍ଟରେ କର୍ଣ୍ଣାଟକ ବିଧାୟକଙ୍କ ଅଯୋଗ୍ୟ ଘୋଷିତ ମାମଲା । ବିଚାରପତି ଏନ.ଭି ରମଣା କହିଲେ, ଉପନିର୍ବାଚନ ଲଢ଼ିପାରିବେ କର୍ଣ୍ଣାଟକର ୧୭ ଅଯୋଗ୍ୟ ବିଧାୟକ। ଡିସେମ୍ବର ୫ରେ ୧୫ଟି ଆସନରେ ହେବାକୁ ଅଛି ଉପ ନିର୍ବାଚନ । November 13, 2019 ')}
ତାଜା ଖବର ଭୁବନେଶ୍ୱର : ଏଣିକି ମାସିକ ରିପୋର୍ଟ ଦେବେ ବିଜେଡି ବିଧାୟକ । ନିଜ ନିର୍ବାଚନ ମଣ୍ଡଳୀରେ କଣ କାମ କରୁଛନ୍ତି ସେ ନେଇ ରିପୋର୍ଟ ଦେବେ। ପ୍ରତି ଦୁଇମାସକୁ ଥରେ ଦେବେ ରିପୋର୍ଟ । ଏଥିପାଇଁ ୪ ଜଣିଆ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ସୌମ୍ୟରଞ୍ଜନ ପଟ୍ଟନାୟକ, ଅମର ଶତପଥି, ଉଷା ଦେବୀ ଓ କିଶୋର ମହାନ୍ତି ଅଛନ୍ତି । November 13, 2019 ')}
ତାଜା ଖବର ଭୁବନେଶ୍ୱର : ଏଣିକି ଗାଁରେ ଘର କରିବାକୁ ହେଲେ, ପଞ୍ଚାୟତ ସମିତି ପାଖରେ ଆବେଦନ କରିବାକୁ ପଡ଼ିବ। ସେମାନେ ଏହାକୁ ପ୍ରାଥମିକ ସ୍ତରରେ ମଞ୍ଜୁରୀ ଦେଇ ଟାଉନ ପ୍ଲାନିଂ ପାଖକୁ ପଠାଇ ଚୂଡାନ୍ତ ମଞ୍ଜୁରୀ ଦେବା ପରେ ହି ଘର କରି ହେବ। ଏହାର ଗେଜେଟ ନୋଟିଫିକେସନ ସରିଛି। November 12, 2019 ')}
ତାଜା ଖବର ବାରିପଦା : ହଟିଲେ ମୟୁରଭଞ୍ଜ ବଡ଼ସାହିର ଥାନା ଅଧିକାରୀ । IIC ବିଶ୍ୱଜା କୁମାର ରାଉତରାୟଙ୍କ ଲାଞ୍ଚ ଭିଡିଓ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ । ବାରିପଦା ମୁଖ୍ୟାଳୟକୁ ବଦଳି ନେଇ ନିର୍ଦ୍ଦେଶ । ମଞ୍ଜୁଲତା ଧଡ଼ାଙ୍କୁ ତାଙ୍କୁ ସ୍ଥାନରେ ଦିଆଗଲା ଦାୟିତ୍ୱ । November 12, 2019 ')}
ତାଜା ଖବର ମୁମ୍ବାଇ : ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର କ୍ୟାବିନେଟର ସୁପାରିସ୍ । ଏପଟେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ମହାରାଷ୍ଟ୍ର ରାଜ୍ୟପାଳ । November 12, 2019 ')}
ତାଜା ଖବର ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସୂଚନା ଓ ଅଧିକାର ଆଇନ୍ ମଧ୍ୟରେ ଆସିବ କି ନାହିଁ ? ଏ ସଂପର୍କିତ ମାମଲାର ରାୟ ଆସନ୍ତାକାଲି ଶୁଣାଇବେ ସର୍ବୋଚ୍ଚ ନ୍ୟାୟାଳୟ । ମୁଖ୍ୟ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଆସନ୍ତାକାଲି ଶୁଣାଇବେ । ଅପରାହ୍ନ ୨ଟାରେ ଆସିବ ରାୟ। November 12, 2019 ')}
ତାଜା ଖବର ରାୟଗଡା: ବୋଇତ ବନ୍ଦାଣ ବେଳେ ନଦୀରେ ବୁଡ଼ି ଯାଇ କଲେଜ ଛାତ୍ରଙ୍କ ମୃତ୍ୟୁ । ନାଗାବଳୀ ନଦୀର ଝୁଲା ବ୍ରିଜ ନିକଟରେ ଘଟିଛି ଅଘଟଣ । ମୃତ ଛାତ୍ର ଜଣଙ୍କ UGMIT କଲେଜର ସୁମନ ବେହେରା । November 12, 2019 ')}