spot_img

Latest Posts

ମହୁଆ ମିତ୍ରଙ୍କ ବାସଭବନରେ ସିବିଆଇ ରେଡ

କୋଲକାତା : ପ୍ରଶ୍ନ ଲାଗି ଲାଞ୍ଚ ମାମଲା। ବଢିଲା ଟିଏମସିର ପୂର୍ବତନ ସାଂସଦ ମହୁଆ ମିତ୍ରଙ୍କ ଅଡୁଆ। କୋଲକାତାସ୍ଥିତ ବାସଭବନରେ ରେଡ କରିଛି ସିବିଆଇ। ଆଜି ସକାଳୁ ସିବିଆଇର କେତେକ ଟିମ୍ ମହୁଆଙ୍କ ବାସଭବନ ସମେତ ଅନ୍ଯାନ୍ୟ ସ୍ଥାନରେ କରିଛନ୍ତି ଛାନବିନ। ଲୋକପାଳଙ୍କ ନିର୍ଦ୍ଦେଶ ଅନୁସାରେ ଗତ ଗୁରୁବାର ମହୁଆଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଥିଲା। ଏହା ସହ ମହୁଆଙ୍କ ବିରୋଧରେ ଆସନ୍ତା ୬ ମାସ ମଧ୍ଯରେ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ ଲୋକପାଳ। ଗତ ଡିସେମ୍ବରରେ ପ୍ରଶ୍ନ ଲାଗି ଲାଞ୍ଚ ମାମଲାରେ ନିଜର ସାଂସଦ ପଦ ହରାଇଥିଲେ ମହୁଆ। ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମହୁଆ।

ସେପଟେ ଆସନ୍ତା ଲୋକସଭା ନିର୍ବାଚନରେ କ୍ରିଷ୍ଣାନଗରରୁ ଟିଏମସି ପ୍ରାର୍ଥୀ ଅଛନ୍ତି ମହୁଆ। ବିଜେପି ଏମପି ନିଶିକାନ୍ତ ଦୁବେଙ୍କ ପକ୍ଷରୁ ଅଭିଯୋଗ କ୍ରମେ ଏହା ବିରୋଧରେ ତଦନ୍ତ ଲାଗି ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ଲୋକପାଳ। ଦୁବାଇଭିତ୍ତିକ ବ୍ଯବସାୟୀ ଦର୍ଶନ ହୀରାନନ୍ଦନୀଠାରୁ ମହୁଆ ଅର୍ଥ ଓ ଉପହାର ପାଇ ବିଭିନ୍ନ ପ୍ରଶ୍ନ ଉତଥାପନ କରିଥିଲେ ବୋଲି ଅଭିଯୋଗ କରିଥିଲେ ନିଶିକାନ୍ତ।

Latest Posts

Don't Miss