ଗୋମତି ରିଭର ଫ୍ରଣ୍ଟ ମାମଲାରେ ୪୦ ସ୍ଥାନରେ ସିବିଆଇର ରେଡ୍

CBI Raids On 40 Locations In Up Rajasthan And Bengal In Gomti River Front Scam

ଲକ୍ଷ୍ନୌ: ୟୁପିର ଚର୍ଚ୍ଚିତ ଗୋମତି ରିଭର ଫ୍ରଣ୍ଟ ଦୁର୍ନୀତି ମାମଲାରେ ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ସିବିଆଇର ଦୁର୍ନୀତି ନିବାରଣ ଶାଖା ଏକାଧିକ ସ୍ଥାନରେ ଚଢ଼ାଉ କରିଛି । ସିସିଆଇର ଟିମ୍ ୟୁପି, ରାଜସ୍ଥାନ ସହ ପଶ୍ଚିମବଙ୍ଗର ୪୦ଟି ସ୍ଥାନରେ ରେଡ୍ କରିଛି । ୟୁପିର ରାଜଧାନୀ ଲକ୍ଷ୍ନୌ ସହ ନୋଏଡ଼ା, ଗାଜିଆବାଦ, ବୁଲନ୍ଦସହର ଓ ରାଏବରେଲିରେ ଚଢ଼ାଉ ହୋଇଛି । ସୂଚନାଯୋଗ୍ୟ ଶୁକ୍ରବାର ଏହି ମାମଲାରେ ୧୯୦ ଜଣଙ୍କ ଉପରେ ମାମଲା ରୁଜୁ କରାଯାଇଥିଲ ।

ଗୋମତି ରିଭର ଫ୍ରଣ୍ଟ ଦୁର୍ନୀତି ସପା ସରକାର ଅମଳରେ ହୋଇଥିଲା । ଲକ୍ଷ୍ନୌରେ ଗୋମତି ରିଭର ଫ୍ରଣ୍ଟ ସପା ସରକାର ୧୫୧୩କୋଟି ଟଙ୍କା ମଞ୍ଜୁର କରିଥିଲେ । ୧୪୩୭ କୋଟି ଟଙ୍କା ଖର୍ଚ୍ଚ ପରେ ପ୍ରକଳ୍ପର ୬୦ ପ୍ରତିଶତ କାର୍ଯ୍ୟ ହୋଇଥିଲା । ରିଭର ଫ୍ରଣ୍ଟର କାମ କରୁଥିବା ସଂସ୍ଥା ବଜେଟର ୯୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରି କାମ ସାରି ପାରିନଥିଲା ।

୨୦୧୭ରେ ଯୋଗୀ ସରକାର ଯୋଗୀ ସରକାର ଗୋମତି ରିଭର ଫ୍ରଣ୍ଟର ଯାଞ୍ଚ ଆଦେଶ ଦେଇ ନ୍ୟାୟିକ ଆୟୋଗ ଗଠନ କରିଥିଲେ । ଯାଞ୍ଚରୁ ଜଣାପଡ଼ିଥିଲା ଋଣଖିଲାପକାରୀ କମ୍ପାନୀକୁ ଠିକା ଦେବା ପାଇଁ ଟେଣ୍ଡର ସର୍ତ୍ତାବଳୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ପୂରା ପ୍ରକଳ୍ପ ପାଇଁ ୮୦୦ ଟେଣ୍ଡର ହୋଇଥିବା ବେଳେ ମୁଖ୍ୟ ନିର୍ବାହୀଯନ୍ତ୍ରୀ ଏହାର ମୁଖ୍ୟ ଥିଲେ । ୨୦୧୭ ମରେ ଅବସରପ୍ରାପ୍ତ ବିଚାରପତି ଆଲୋକ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ନ୍ୟାୟିକ ଆୟୋଗ ଯାଞ୍ଚ ରିପୋର୍ଟ ଦେଇଥିଲେ । ଏହା ପରେ ସରକାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପାରିସ୍ କରିଥିଲେ ।

Leave a Reply